ବାଣୀବିହାର ବିଶ୍ୱ ବିଦ୍ୟାଳୟରେ ବିଶୃଙ୍ଖଳା କରୁଥିବା ଦୋଷୀମାନଙ୍କୁ ତୁରନ୍ତ ଗିରଫ କରାଯାଉ – ଛାତ୍ର କଂଗ୍ରେସ

0 1

 ପୂର୍ବତନ ବାଣୀବିହାର ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଶାସକ ଦଳର ଛତ୍ରଛାୟା ତଳେ ରହି ଗୋପବନ୍ଧୁ ଛାତ୍ରବାସ, ମଧୁସୂଦନ ଛାତ୍ରାବାସ ଏବଂ ଅନ୍ୟାନ୍ୟ ଛାତ୍ରାବାସରେ  ଅନେକ ଅଣଛାତ୍ରମାନଙ୍କୁ ଭଡାଦେଇ ପ୍ରଚୁର ଅର୍ଥ ରୋଜଗାର କରୁଥିବା ଅଭିଯୋଗ ଆଣିଛି ପ୍ରଦେଶ ଛାତ୍ର କଂଗ୍ରେସ 

ଭୁବନେଶ୍ୱର(ଶାସକ ପ୍ରଶାସକ)– ରାଜ୍ୟରେ ବର୍ତମାନ ଆଇନ୍ ଶୃଙ୍ଖଳା ଏଭଳି ବିପର୍ଯ୍ୟସ୍ତ ହୋଇଛି ଯେ ଜନସାଧାରଣ ଅସୁରକ୍ଷିତ ହୋଇଥିବା ବେଳେ ପୋଲିସ ମଧ୍ୟ ସୁରକ୍ଷିତ ନୁହେଁ । ଏହାର ସଦ୍ୟ ଉଦାହରଣ ଶହୀଦନଗର ଥାନା ଭଙ୍ଗା ଓ ପୋଲିସକୁ ମାଡ ଘଟଣା । ବର୍ତମାନ ଏହାଠାରୁ ଆହୁରି ସଂଗୀନ ଘଟଣା ହେଉଛି ଓଡିଶାର ସୁନାମଧନ୍ୟ ବାଣୀବିହାର ବିଶ୍ୱ ବିଦ୍ୟାଳୟ ଘଟଣା । ଏଠାରେ ସମସ୍ତ ବେନିୟମ କାର୍ଯ୍ୟ, ମଦ ଓ ମାରଣାସ୍ତ୍ର ଜବତ ଶିକ୍ଷା ବ୍ୟବସ୍ଥାକୁ କିଭଳି ନିମ୍ନଗାମୀ କରିଛି ତାହା ସହଜରେ ଅନୁମେୟ । ପୂର୍ବତନ ବାଣୀବିହାର ଛାତ୍ର ସଂସଦ ସଭାପତି ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁ ଶାସକ ଦଳର ଛତ୍ରଛାୟା ତଳେ ରହି ଗୋପବନ୍ଧୁ ଛାତ୍ରବାସ, ମଧୁସୂଦନ ଛାତ୍ରାବାସ ଏବଂ ଅନ୍ୟାନ୍ୟ ଛାତ୍ରାବାସରେ ଅଣଛାତ୍ରମାନଙ୍କୁ ଭଡାଦେଇ ପ୍ରଚୁର ଅର୍ଥ ରୋଜଗାର କରୁଥିବା ପ୍ରଦେଶ ଛାତ୍ର କଂଗ୍ରେସ ଅନୁସନ୍ଧାନ କରି ଜାଣିବାକୁ ପାଇଛି । ଉପରୋକ୍ତ ବ୍ୟକ୍ତିମାନେ ଠିକାଦାରମାନଙ୍କୁ ଭୟଭୀତ କରାଇ ସେମାନଙ୍କ ଠାରୁ ଚାନ୍ଦା ଆଦାୟ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସରକାରୀ ଗସ୍ତରେ ଏହି ବିଶ୍ୱ ବିଦ୍ୟାଳୟକୁ ଯାଇ ବଡ ବଡ କଥା କହିଥିବା ବେଳେ ଆଜି ନିରବ ରହିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଇତିଶ ପ୍ରଧାନ ସମାଲୋଚନା କରିଛନ୍ତି । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଅତୀତରେ ଚିନ୍ମୟ ସାହୁ ଗୋଲଡେନ ବାବାଙ୍କ ସହ ସଂପୃକ୍ତ ରହି ଦେଢ କୋଟି ଟଙ୍କା ନେଇଥିବା କିଛି ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା ଏବଂ ଶ୍ରୀ ସାହୁ ବିଭିନ୍ନ ଚିଟ୍ଫଣ୍ଡ ସଂସ୍ଥା ସହ ଜଡିତ ରହିଥିବା ଓଡିଶାବାସୀ ଜାଣନ୍ତି । ଶ୍ରୀ ସାହୁ ଗଣମାଧ୍ୟମରେ ସ୍ପଷ୍ଟ କରିବେ କି ସେ ପୂର୍ବରୁ ବ୍ୟବହାର କରୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡି (OR 02 BF-7890) ଟି କେଉଁ ପରିସ୍ଥିତିରେ କିଣା ହୋଇଥିଲା ଓ ଚିଟ୍ଫଣ୍ଡ ଘୋଟାଲାର ଧରପଗଡ ହେଉଥିବା ବେଳେ ସେ ଗାଡିଟି ହଠାତ୍ ଅଦୃଶ୍ୟ ହୋଇଗଲା କ’ଣ ପାଇଁ? ପୂର୍ବରୁ ଯଦି ତାଙ୍କର ସମସ୍ତ ବ୍ୟାଙ୍କ ଆକାଂଉଟ ଏବଂ ମୋବାଇଲ କଲ୍ ଡିଟେଲସ୍ ଯାଂଚ କରାଯାଏ, ତେବେ ସେ ମିଶୁଥିବା ସମସ୍ତ ଠକ, ଡକାୟତ, ଗୁଣ୍ଡା ଓ କଳାବ୍ୟବସାୟୀଙ୍କ ନାମ ଲୋକଲୋଚନକୁ ଆସିପାରିବ । ସେ ଭୁବନେଶ୍ୱରର ପୂର୍ବତନ ମେୟରଙ୍କ ପୋସା ଗୁଣ୍ଡା ଭଳି କାର୍ଯ୍ୟ କରୁଛନ୍ତି । ଛାତ୍ରାବାସଗୁଡିକୁ କବ୍ଜାରେ ରଖିଥିବା ବ୍ୟକ୍ତିମାନଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ଗିରଫ ନକଲେ ଖୁବ୍ଶୀଘ୍ର ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବାକୁ ବାଧ୍ୟ ହେବ ।

 

 

 

 

Leave A Reply

Your email address will not be published.