ଜଙ୍ଗଲକୁ ଜଗୁଥିବା ଏଇ ଅସହାୟଙ୍କ ପାଇଁ କଣ ସରକାରଙ୍କ କିଛି ଦାୟିତ୍ୱ ନାହିଁ !!!!!

0 1

ସ୍ୱାମୀ  ଅଙ୍ଗଦଙ୍କୁ ସହ ନେଇଥିବା ସଂକଳ୍ପରୁ  ବିଚ୍ୟୁତ ହୋଇନାହାନ୍ତି ହାରାଦେଇ 

Sinapalli/Nirakar Meher :   ନୂଆପଡା ଜିଲ୍ଲା ସଦର ମହକୁମା ରୁ 103 କି. ମି ଦୂର ସିନାପାଲି ଗ୍ରା.ପ କାପସି ଗ୍ରାମର ହାରାଦେଇ ମାଝୀ | ଦୀର୍ଘ  40 ବର୍ଷ ହେଲା କରାଡଙ୍ଗରି ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଛନ୍ତି ! ଏହି ସୁରକ୍ଷା ଦେବା ରେ ତାଙ୍କୁ ଅଟକାଇ ପାରିନି ତାଙ୍କ ଦରିଦ୍ରତା ! ସେ ଗରିବ ନିଃସହାୟ ମହିଳା | ତାଙ୍କ ସ୍ୱାମୀ ଅଙ୍ଗଦ ମାଝୀଙ୍କ ସହିତ ସେ ଜଙ୍ଗଲକୁ ସୁରକ୍ଷା ଦେବା ପାଇଁ ପ୍ରତିଜ୍ଞା କରିଥିଲେ ! ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଏକୁଟିଆ ଘୋର ଅଭାବ ଅଘଟଣରେ ଗତି କରୁଥିଲେ ମଧ୍ୟ ସେ କରାଡଙ୍ଗରି ଜଙ୍ଗଲକୁ ସୁରକ୍ଷା ଦେଇଆସୁଛନ୍ତି ! ନିଜ ଜୀବନକୁ ଏହି କରାଡଙ୍ଗରୀ ଜଙ୍ଗଲ ସହିତ ଯୋଡି ଚାଲିଆସୁଛନ୍ତି ! ସରକାର ସବୁଜ ବନାନୀ କ୍ଷେତ୍ରରେ ଲକ୍ଷାଧିକ ଟଙ୍କା ଖର୍ଚା କରୁଥିଲେ ଦାରିଦ୍ର୍ୟ କଷାଘାତ ସତ୍ତ୍ୱେ ଜଙ୍ଗଲ ସହିତ ନିଜ ଜୀବନ ଯୋଡି ଦେଇଥିବା ଆଉ ଜଙ୍ଗଲକୁ ସୁରକ୍ଷା ଦେଇ ଆସୁଥିବା  ସିନାପାଲି  ଅଂଚଳ କାପସି ଗ୍ରାମର ଅସହାୟ ବିଧଵା ମହିଳା ହାରାଦେଇଙ୍କ ପ୍ରତି କଣ କିଛି ସରକାରଙ୍କ କର୍ତ୍ତବ୍ୟ ନାହିଁ !  ସେ ନିଜ ସ୍ୱାମୀ ଙ୍କ ସଙ୍କଳ୍ପ କୁ ରକ୍ଷ୍ୟା କରିବା ପାଇଁ ଦିର୍ଘ ବର୍ଷ ହେଲା କରାଡଙ୍ଗରି ଭଳି ଜଙ୍ଗଲକୁ ସୁରକ୍ଷାରେ ନିଜକୁ ନିୟୋଜିତ କରିବା କଣ ଅପରାଧ ! ହାରାଦେଇଙ୍କ ସମ୍ପର୍କରେ   ବନ ଅଧିକାରୀଙ୍କୁ ପଚାରିବାରୁ ଖୁବ ଶୀଘ୍ର ସରକାରି ସହାୟତା ଦିଆଯିବ ବୋଲି ସିନାପାଲି ରେଞ୍ଜର  ଆମ ପ୍ରତିନିଧିଙ୍କୁ କହିଥିଲେ | 

 

Leave A Reply

Your email address will not be published.