ଗଣ୍ଠିବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର

0

 ବ୍ରହ୍ମପୁର: ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଗଣ୍ଠିବାତ ନିରାକରଣ ସଚେତନା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ଅଜୀର୍ଣ୍ଣ କାରକ ଆହାର ଦ୍ଵାରା ଆମ ସଞ୍ଚୟ ହୋଇ ଯୁବକଙ୍କ ଠାରୁ ବୃଦ୍ଧ ଯାଏଁ ଆମବାତ ବା ଗଣ୍ଠିବାତ ରୋଗ ହୁଏ l ଆମିଷ ଆହାର, ପନିର, ଖଟା, ମଦ୍ୟପାନ,ଗରିଷ୍ଠ ଅଜୀର୍ଣ୍ଣ କାରକ ଖାଦ୍ୟ, ଅଧିକ ବେଗରେ ଗାଡି ଚଳାଇବା, ଶାରିରୀକ ପରିଶ୍ରମ ନକରିବା ବା ଅଧିକ ପରିଶ୍ରମ କରିବା, ଅଧିକ ରାତ୍ର ଯାଏଁ ଅନିଦ୍ରା ରହିବାଆଦି କାରଣରୁ ଆମ ସଞ୍ଚୟ ଦ୍ଵାରା ଗଣ୍ଠିବାତ, ବୃହତ୍ ସନ୍ଧିବାତ ହୁଏ l ଉପରୋକ୍ତ କାରଣ ସବୁ ଛାଡ଼ି ହଜମ ହେଉଥିବା ଖାଦ୍ୟ ଖାଇବେ, ଶାରିରୀକ ପରିଶ୍ରମ, ଯୋଗ, ଆସନ କରିବେ,ସଜନା ଶାଗ,ଅଦା ବା ଶୁଣ୍ଠି ଚୁର୍ଣ୍ଣ, ରସୁଣ,ଚଣା ଜାତୀୟ ଖାଦ୍ୟ ଖାଇବେ ଓ ତୈଳ ଅଭ୍ୟଙ୍ଗ କରି ଦୁଦୁରା, ଜଡା, ଅରଖ, ବାସଙ୍ଗ, ବେଗୁନିଆ ପଞ୍ଚ ପତ୍ର ସିଝା ସେକ ଦେବା ପାଇଁ ପରାମର୍ଶ ଦେଇଥିଲେ l
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରିଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ।ଶିବିର ପ୍ରତି ସୋମlବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରିଛନ୍ତି ।ଫୋନ 9861450612

Leave A Reply

Your email address will not be published.