ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୦୫/୦୭ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ନେତୃତ୍ୱରେ ଦେଶବ୍ୟାପୀ ରେଳ ଭିତ୍ତିଭୂମିର ଅଭୂତପୂର୍ବ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବତଟ ରେଳ ଜୋନର ମହାପ୍ରବନ୍ଧକ ଡେଫଙ୍କୱାଲଙ୍କ ସହ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ସାକ୍ଷାତ କରି ଜୟପୁର-ନବରଙ୍ଗପୁର ଏବଂ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନ ପ୍ରାୟ ୯୦% ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଜୟପୁର- ବୈପାରିଗୁଡ଼ା ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ବୈପାରିଗୁଡ଼ା- ମାଲକାନଗିରି ଟେଣ୍ଡର ଆହ୍ଵାନ ହୋଇଛି । ସେହିପରି ଜୟପୁର-ନବରଙ୍ଗପୁର ଖୁବ ଶୀଘ୍ର ଟେଣ୍ଡର ଆହ୍ଵାନ ହେବ । ଆସନ୍ତା ନଭେମ୍ବର ମାସରୁ ରେଳ ଲାଇନ କାମ ଆରମ୍ଭ ହେବ ବୋଲି ପୂର୍ବତଟ ରେଳ ଜୋନର ମହାପ୍ରବନ୍ଧକ ପ୍ରତିଶୃତି ଦେଇଛନ୍ତି । ଏହି ରେଳ ପ୍ରକଳ୍ପର କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେଲେ ସ୍ଥାନୀୟ ଅଞ୍ଚଳର ଭିତ୍ତି ଭୂମି ସୁଦୃଢହେବ ବୋଲି ଆଶା ପୋଷଣ କରାଯାଇଛି।
Sign in
Sign in
Recover your password.
A password will be e-mailed to you.