ଘୁ.ଉଦୟଗିରି ମିଡିଆ କ୍ଲବର ବୈଠକ ଅନୁଷ୍ଠିତ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା

0

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): ଘୁ.ଉଦୟଗିରି ମିଡିଆ କ୍ଲବର ଏକ ବୈଠକ ଘୁ.ଉଦୟଗିରି ସ୍ଥିତ ବଣିକ ସଂଘ ସଭା ଗୃହରେ ଅନୁଷ୍ଠିତ ହୋଇଅଛି । ମିଡିଆ କ୍ଲବ ସଭାପତି ଅରୁଣ କୁମାର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଏହି ବୈଠକରେ ସମ୍ପାଦକ ଚିନ୍ମୟ କୁମାର ସେଠୀ ବିବରଣୀ ପଠନ କରିଥିଲେ । ଏହି ବୈଠକରେ କ୍ଲବର ଉପଦେଷ୍ଟା ଶିଶିର ପଟ୍ଟନାୟକଙ୍କ ସହ ଉପ ସଭାପତି ଗଗନ କୁମାର ପ୍ରଧାନ, ସମୀର କୁମାର ପାଢ଼ୀ, ସାମନ୍ତ ଶେଖର ନାୟକ, ବିନୋଦ ଚନ୍ଦ୍ର ପଣ୍ଡା, ହେମନ୍ତ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ସାମ୍ୱାଦିକମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ବୀମା 10 ଲକ୍ଷ ଟଙ୍କାଙ୍କୁ ବୃଦ୍ଧି କରିବା, ସ୍ଵାସ୍ଥ୍ୟ ବୀମାରେ ବାପା ଓ ମାଆଙ୍କୁ ସସ୍ଲିଷ୍ଟ୍ କରିବା ଆକରେଡିସନ କମିଟି ଚଞ୍ଚଳ ଗଠନ କରି ଜିଲ୍ଲା ଓ ବ୍ଲକ ସ୍ତରୀୟ ସାମ୍ବାଦିକମାନଙ୍କୁ ସାମିଲ କରିବା ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । କନ୍ଧମାଳ ଜିଲ୍ଲା ବିଶେଷ କରି ଘୁ.ଉଦୟଗିରିର ପର୍ଯ୍ୟଟନ ସ୍ଥଳୀର କିପରି ବିକାଶ ହୋଇ ପାରିବ ସେ ଉପରେ ପ୍ରଶାସନ ସହ ଆଲୋଚନା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଉପ ସଭାପତି ଗଗନ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.