ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ : ଓଡ଼ଗାଁ ବ୍ଲକସ୍ତରୀୟ ପ୍ରତିଯୋଗିତା, ୮ ପ୍ରତିଯୋଗୀ ଜିଲ୍ଲାସ୍ତରକୁ ଉନ୍ନୀତ

0

ଓଡ଼ଗାଁ, ୩।୭(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରତିଷ୍ଠା ଦିବସ ଅବସରରେ ଓଡ଼ଗାଁ ବ୍ଲକସ୍ତରୀୟ ବରିଷ୍ଠ ଓ କନିଷ୍ଠ ବିଭାଗର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଉଭୟ ବିଭାଗର କବିତା ଆବୃତ୍ତି, ବକ୍ତୃତା, ପ୍ରବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ମୋଟ ୮ ଜଣ ପ୍ରତିଯୋଗୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାକୁ ଉନ୍ନୀତ ହୋଇଛନ୍ତି।
ବରିଷ୍ଠ ବିଭାଗରେ କବିତା ଆବୃତ୍ତିରେ ଦଧିବାମନ ଜୀଉ ଶିଖରପୁରର ସଂଗ୍ରାମ ବରାଡ, ବକ୍ତୃତାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ଗାଁର ଇସ୍ପିତା ଦାଶ, ପ୍ରବନ୍ଧରେ ରାଜଲକ୍ଷ୍ମୀ ପଟ୍ଟନାୟକ ଏବଂ ସାଧାରଣ ଜ୍ଞାନରେ ସାଇ ଆଦିତ୍ୟ ନାରାୟଣ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। କନିଷ୍ଠ ବିଭାଗରେ କବିତା ଆବୃତ୍ତିରେ କୋମଣ୍ଡ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନିବେଦିତା ମିଶ୍ର, ବକ୍ତୃତାରେ ଶରଣକୁଳ କେଏସ୍‌ବି ପବ୍ଲିକ ସ୍କୁଲର ଯଶସ୍ୱିନୀ ଦାଶ, ପ୍ରବନ୍ଧରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଡ଼ଗାଁର ସୂତାପା ଶୁଭଦର୍ଶିନୀ ଏବଂ ସାଧାରଣ ଜ୍ଞାନରେ ପିଏମ୍‌ଶ୍ରୀ ସରକାରୀ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ଶୁଭଶ୍ରୀ ପ୍ରିୟଦର୍ଶିନୀ ପ୍ରଥମ ସ୍ଥାନ ହାସଲ କରି ଜିଲ୍ଲାସ୍ତର ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଆସନ୍ତା ୭ ଜୁଲାଇରେ ନୟାଗଡ଼ ବ୍ରଜେନ୍ଦ୍ର ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଏହି ୮ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ।

Leave A Reply

Your email address will not be published.