ଶିକ୍ଷକ ଆକ୍ରମଣ କାରୀ ତାଳ ଗଛରେ ନେଲେ ଆଶ୍ରୟ l

0

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଳକ ଅଧୀନ ସରିପୁର ପ୍ରାଥମିକ ବିଦ୍ୟାଳୟ ପରିସର ଭିତରେ ଶିକ୍ଷକଙ୍କୁ ହୋଇଛି ଆକ୍ରମଣ । କଟୁରୀ ଓ ଲୁହା ଚାପଡ଼ ଧରି ଅଚାନକ ୪ ଦୁର୍ବୃତ୍ତ ସ୍କୁଲ ଗେଟ୍ ଭାଙ୍ଗି ପଶି ଶିକ୍ଷକଙ୍କୁ ମାଡ଼ ମାରିଲେ। ଛାତିରେ ପ୍ରବଳ ଯନ୍ତ୍ରଣା, ହାତରେ ଶକ୍ତ ଆଘା ଲାଗିଲା ରୁ ଶିକ୍ଷକ ଅକ୍ଷୟ ବିଶ୍ୱାଳ ଗୁରୁତର ହୋଇ ପଡିବା ଦ୍ଵାରା ତାଙ୍କୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଥିଲା l ସେଠି ସ୍ୱାସ୍ଥ୍ୟ ର ଅବନତି ଦେଖା ଯିବାରୁ ଶିକ୍ଷକ ଙ୍କୁ ଭୁବନେଶ୍ୱର ର ଏକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନା ନ୍ତରିତ କରା ଯାଇ ଥିଲାl ଅପର ପକ୍ଷରେ ଅସ୍ତରଙ୍ଗ ପୋଲିସ ପାଖରେ ତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସଠିକ ଅନୁ ସନ୍ଧ୍ୟାନ କରିବା ପରେ ଚାରି ଜଣ ଙ୍କୁ ଉଠାଇ ଆଣିଥିବା ବେଳେ, ଜଣେ ଯୁବକ କୌଶଳ କ୍ରମେ ଖସି ଯାଇ ତାଙ୍କ ଗ୍ରାମ ଠାରୁ ପାଞ୍ଚ କିଲୋମିଟର ଦୂର ରେ ଥିବା ରାଇବେରୁହଁ ଗ୍ରାମକୁ ଏକ ଟୁ ହୁଇଲ ରେ ଆସି ମଟର ଶାଇକେଲ କୁ ଗାଁର ଏକ ଜାଗାରେ ରଖି ଏକ ବିଶାଳ କାୟ ତାଳ ଗଛ ରେ ଚଢି ଯାଇ ତାର ବାହୁଙ୍ଗା ଉପରେ ଶୁକ୍ରବାର ଦିନ ସାରା ବସି ରହିଲା l ପୋଲିସି ଓ ଗ୍ରାମ ଲୋକ ଯେତେ ବୁଝେଇଲେ ବି ତଳକୁ ନ ଓଲ୍ହାଇ ବାରୁ ଅସ୍ତରଙ୍ଗ ଦମ କଳ ବାହିନୀ ପହଞ୍ଚି ତଳେ ଜାଲ ଓ ବିଶାଳ ସିଡ଼ି ଗଛକୁ ଲଗାଇ ତଳେ ରହି ବହୁ ବୁଝା ବୁଝି କରିବା ପରେ,ସନ୍ଧ୍ୟା ସମୟ ରେ ତଳକୁ ଓଲ୍ହାଇ ଥିବା ଜଣା ପଡିଛି l ବିଦ୍ୟାଳୟ ର ଅଭିଭାବକ କମିଟି ବୈଠକ ସରିବା ପରେ ହିଁ ଏହି ଯୋଜନାବଦ୍ଧ ଆକ୍ରମଣ ହୋଇ ଥିଲା । ଦୁର୍ବୃତ୍ତମାନେ କାର୍ ଓ ମଟର ସାଇକେଲରେ ଆସିଥିଲେ l

Leave A Reply

Your email address will not be published.