ସ୍ବେଚ୍ଛାକୃତ ରକ୍ତଦାନ ଶିବିର:୨୭ ୟୁନିଟ୍ ରକ୍ତ ସଂଗ୍ରହ

0

ନିଅଣ୍ଟିଆ ସମୟରେ ସଂଗୃହିତ ରକ୍ତ ଅନେକଙ୍କ ଜୀବନ ବଞ୍ଚାଇବ

ଓଡ଼ଗାଁ, ୨୬।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୁରାଳ ପଞ୍ଚାୟତର ଦଣ୍ଡୋର ଗ୍ରାମସ୍ଥିତ ଜୟଶ୍ରୀ ପାଣିଷଣ୍ଢ ଯୁବ ସଂସଦର ଆନୁକୂଲ୍ୟରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କଜଳାଇପଲ୍ଲୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡା. ସତ୍ୟପ୍ରକାଶ ସାହୁଙ୍କ ନେତୃତ୍ୱରେ ନୟାଗଡ଼ ବ୍ଲଡ୍ ବ୍ୟାଙ୍କର ୬ ଜଣିଆ ଟିମ୍ ଶିବିରରେ ଯୋଗଦେଇ ମୋଟ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରିଥିଲେ।ଏହି ଅବସରରେ ପ୍ରକୃତି ବନ୍ଧୁ ଶ୍ରୀଧର ପ୍ରଧାନ, ସୁକାନ୍ତ କୁମାର ଚୌଧୁରୀ ଏବଂ କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟର ପ୍ରାଧ୍ୟାପକ ସୁଶାନ୍ତ ବିଶୋଇ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ। ବକ୍ତାମାନେ କହିଥିଲେ ଯେ, ନୟାଗଡ଼ ବ୍ଲଡ୍ ବ୍ୟାଙ୍କରେ ରକ୍ତର ଅଭାବ ରହିଥିବା ବେଳେ ଏଭଳି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଜରିଆରେ ସଂଗୃହିତ ରକ୍ତ ଜରୁରୀ ପରିସ୍ଥିତିରେ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହେବ।
ଯୁବ ସଂସଦର ସଭାପତି ପ୍ରସନ୍ନ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଅର୍ଜୁନ ସାହୁ, ପ୍ରଭାତ ପ୍ରଧାନ, ରଞ୍ଜନ କୁମାର ରାଉତ, ଶାନ୍ତନୁ ବିଶୋଇ, ଅବକାଶ ଦାସ, ତ୍ରିଲୋଚନ ସିଂହଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଗ୍ରାମର ବହୁ ଯୁବକ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ଯୁବ ସଂସଦର ସମ୍ପାଦକ ପ୍ରସନ୍ନ କୁମାର ରାଉତ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.