ନବରଙ୍ଗପୁର: ନବରଙ୍ଗପୁର ସ୍ଥିତ ହୋଟେଲ ତୃପ୍ତି ପରିସରରେ ଆଜି ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ନବରଙ୍ଗପୁର ବିଧାନସଭା ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ଜନସମ୍ପର୍କ ଅଭିଯାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବୈଠକ ଆୟୋଜିତ ହୋଇଥିଲା।
ବୈଠକରେ ଆମ ଆଦମୀ ପାର୍ଟି ଓଡ଼ିଶାର ସହ-ପ୍ରଭାରୀ ଶ୍ରୀ ଅଜିତ୍ ପାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ମଜବୁତ କରିବା ସହ ଲୋକଙ୍କ ସମସ୍ୟା ପ୍ରତି ସଚେତନ ରହି କାର୍ଯ୍ୟ କରିବାକୁ କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ବର ଲୋକୋସଭା ସଭାପତି ଶ୍ରି ସୁନୀଲ କୁମାର ଷଡ଼ଙ୍ଗୀ ଏବଂ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ ଯୋଗଦେଇ ଦଳର ନୀତି ଓ ଆଗାମୀ କାର୍ଯ୍ୟଯୋଜନା ସମ୍ପର୍କରେ ମତ ରଖିଥିଲେ।
ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଅନେକ୍ କାର୍ଯ୍ୟକର୍ତ୍ତା ଯୋଗଦେଇ ସାଙ୍ଗଠନିକ ସୁଦୃଢ଼ତା, ଜନସମସ୍ୟାର ସମାଧାନ ଏବଂ ଦଳୀୟ କାର୍ଯ୍ୟକ୍ରମକୁ ଗାଁ ଗାଁରେ ପହଞ୍ଚାଇବା ନେଇ ଆଲୋଚନା କରିଥିଲେ। ବୈଠକ ଶେଷରେ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକଳାପକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ସମସ୍ତ କର୍ମୀ ସଂକଳ୍ପବଦ୍ଧ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.