କଇଁପୁର ମହେନ୍ଦ୍ରତନୟା ଆଶ୍ରମ ସ୍କୁଲ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ସମ୍ମାନିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅଧିନସ୍ଥ କଇଁପୁର ଠାରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗ୍ରାମବିକାଶ ଦ୍ବାରା ପରିଚାଳିତ ମହେନ୍ଦ୍ରତନୟା ଆଶ୍ରମ ବିଦ୍ୟାଳୟ ଓଡିଶାର ଶ୍ରେଷ୍ଠ ୧୦ଟି ବିଦ୍ୟାଳୟ ସହ ଅନ୍ତର୍ଭୁକ୍ତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ସମ୍ମାନିତ ପାଇଁ ଘୋଷିତ ହୋଇଛି।
ପ୍ରମୁଖ ସୂଚକ ବିଦ୍ୟାଳୟର ପରିପାର୍ଶ୍ବ ସୁରକ୍ଷା , ପରିମଳ ସୁବ୍ୟବସ୍ଥା , ଉତ୍ତମ ଜଳ ସଂରକ୍ଷଣ ପରିଚାଳନା ,କ୍ୟାମ୍ପସକୁ ସବୁଜୀମା କରିବାରେ ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରମୁଖ ଅବଦାନ ରହିଛି। ସେଥିପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ବାରା ଏକ ସ୍ୱତନ୍ତ୍ର ସମାବେଶରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଜେନାଙ୍କୁ ସଫଳତାର ସାର୍ଟିଫିକେଟ ସହ ୧ ଲକ୍ଷ ଟଙ୍କା ଅନୁଦାନ ରାଶି ଦ୍ବାରା ସମ୍ମାନିତ କରାଯିବ। ଏହି ବିରଳ ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ମାୟାଧର ସାହୁ ତଥା ବୁଦ୍ଧିଜୀବୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.