ଛାତ୍ରୀ ଆତ୍ମହତ୍ୟା ମାମଲା, ପୁରୁଷ ବନ୍ଧୁ କୋର୍ଟ ଚାଲାଣ।

0

ବ୍ରହ୍ମପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଗାନ୍ଧୀ ବୈଷୟିକ ମହାବିଦ୍ୟାଳୟ ରେ ଅଧ୍ୟୟନରତ ଛାତ୍ରୀ ଆତ୍ମହତ୍ୟା ଘଟଣାର ତଦନ୍ତ କରି ପୋଲିସ ତା ପୁରୁଷ ବନ୍ଧୁ ତଥା ମନ୍ତ୍ରୀ ବିଭୁତି ଜେନାଙ୍କ ପୁତୁରା ବିଶ୍ଵଜିତ ଜେନା କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ମୃତ ଛାତ୍ରୀଙ୍କ ମାମୁଁଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ ଗତକାଲି ତାକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଛାତ୍ରୀ ସ୍ମୃତି ଭୋଳର ଘର ବୁଗୁଡ଼ା ନିକଟସ୍ଥ ଘୋଡାପଡା ଗ୍ରାମରେ ଓ ଉକ୍ତ ମହାବିଦ୍ୟାଳୟରେ ଏମ୍ ସି ଏ ପାଠ୍ୟକ୍ରମ ରେ ଅଧ୍ୟୟନ କରୁଥିବା ବେଳେ ନିଜ ଭଉଣୀ ସହ ଆଉ କିଛି ବନ୍ଧୁଙ୍କ ସହ ହୋଷ୍ଟେଲ ରେ ରହି ପାଠ ପଢ଼ୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ତା ଭଉଣୀ ଓ ସାଙ୍ଗମାନେ ଦେଖିବାକୁ ପାଇଥିଲେ ଯେ ଅନ୍ୟ କୋଠରୀରେ ପଙ୍ଖାରେ ଲୁଗା ବାନ୍ଧି ଝୁଲିପଡିଛନ୍ତି।ସଙ୍ଗେ ସଙ୍ଗେ ତାକୁ ବଡ଼ଡାକ୍ତରଖାନା କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ମୃତ୍ୟୁ ଘଟଣା କୁ ମର୍ମାହତ ପରିବାର ପକ୍ଷରୁ ମାମୁଁ ଅଭିଯୋଗ କରିଥିଲେ। ଅନ୍ୟ ପକ୍ଷରେ ମୃତ ଛାତ୍ରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାପଡ଼ିବ ବୋଲି ପୋଲିସ କହିଛନ୍ତି।

Leave A Reply

Your email address will not be published.