ଝାରସୁଗୁଡ଼ା: ‘ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ’ ବାର୍ତ୍ତାକୁ ସର୍ବତ୍ର ପ୍ରସାରିତ କରିବା ଉଦ୍ଦେଶ୍ୟରେ ଝାରସୁଗୁଡ଼ା ଡିଏଭି ପରିସରରେ ୧୨ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ ଏକ ସୁସ୍ଥ, ସକ୍ରିୟ ଓ ସନ୍ତୁଳିତ ଜୀବନଶୈଳୀ ଗଠନରେ ସହାୟକ ହୋଇ ସମସ୍ତ ବୟସର ଲୋକଙ୍କ ପାଇଁ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ କଲ୍ୟାଣର ମାର୍ଗ ପ୍ରଶସ୍ତ କରିଥାଏ। ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ଅବସରରେ ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଏକ ବର୍ଣ୍ଣାଢ଼୍ୟ ଯୋଗ ଶିବିର ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରସିଦ୍ଧ ଯୋଗ ପ୍ରଶିକ୍ଷକ, ଝାରସୁଗୁଡ଼ା ସମ୍ମାନ ତଥା ପତଞ୍ଜଳି ଯୋଗ ସମିତିର ଜିଲ୍ଲା ସଭାପତି ବବନ କୁମାର ସିଂ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଓ ଧ୍ୟାନ ପ୍ରକ୍ରିୟାର ଅଭ୍ୟାସ କରାଇଥିଲେ। ଏହି ଶିବିରରେ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମେତ ଶତାଧିକ ଯୋଗପ୍ରେମୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ସାମୂହିକ ଯୋଗାଭ୍ୟାସ ମାଧ୍ୟମରେ ସମସ୍ତେ ସୁସ୍ଥ ଓ ସଚେତନ ସମାଜ ଗଠନ କରିବାର ଶପଥ ପାଠ କରିଥିଲେ । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ଦେବତା କହିଥିଲେ ଯେ, ଯୋଗ କେବଳ ଏକ ବ୍ୟାୟାମ ନୁହେଁ, ବରଂ ଏହା ଏକ ସୁସ୍ଥ ଜୀବନଶୈଳୀର ଆଧାର। ନିୟମିତ ଯୋଗାଭ୍ୟାସ ମଣିଷକୁ ଶାରୀରିକ ଓ ମାନସିକ ଭାବେ ସୁଦୃଢ଼ କରିବା ସହିତ ଏକାଗ୍ରତା, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି କରିଥାଏ। ଆଧୁନିକ ଜୀବନର ଚାପ, ଅନିୟମିତ ଜୀବନଶୈଳୀ ଓ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ପ୍ରାକୃତିକ ଓ ସରଳ ମାର୍ଗ ବୋଲି ସେ ମତ ପ୍ରକାଶ କରିଥିଲେ। ପରିଶେଷରେ ବରିଷ୍ଠ ଶିକ୍ଷକ ବିଜୟ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ
Sign in
Sign in
Recover your password.
A password will be e-mailed to you.