ଭଞ୍ଜନଗର ଉପଖଣ୍ଡ ସ୍ଥରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

0

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଭଞ୍ଜନଗର ରେ ଉପଖଣ୍ଡ ସ୍ଥରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଆଜି ଜୁନ୍ ମାସ ୨୧ ତାରିଖ ରବିବାର ଦିନ ଭଞ୍ଜନଗର ସ୍ଥିତ ବେଲେଶ୍ୱର ଶୈବପିଠ ଠାରେ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗ ଦେଇଥିବା ବେଳେ ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଯୋଗର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ଶ୍ରୀ ବେହେରା ସଂସ୍କୃତି ସଂପୂର୍ଣ୍ଣ ଭାରତ ବର୍ଷରେ ଯୋଗ ଓ ପ୍ରାଣାୟାମ ର ଗାରିମା ମୟ ପ୍ରସଙ୍ଗ ବ୍ୟାଖ୍ୟା କରିଥିଲେ ।ବି.ଡି.ଓ ଭାରତୀ ଦେବୀ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ନିମନ୍ତ୍ରିତ ମୁଖ୍ୟ ଅତିଥିଙ୍କ ସହ ଅନ୍ୟ ସମସ୍ତ ଅତିଥିଙ୍କୁ ପ୍ରଶାସନ ତରଫରୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

ସାର୍ଦୂଳ ଉଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସଚିତ୍ର କୁମାର ନାୟକ ଗାୟତ୍ରୀ ମନ୍ତ୍ର ପାଠ କରି ପ୍ରଥମେ ଶରୀରକୁ ସାମାନ୍ୟ ହାଲୁକା କରିବା ନିମନ୍ତେ କିଛି ବ୍ୟାୟାମ ପ୍ରଦର୍ଶନ କରିଥିଲେ। ପରେ ଯୋଗ ଶିକ୍ଷକ ରବୀନ୍ଦ୍ର କୁମାର ପାତ୍ର ସୃଷ୍ଟିର ଆଦ୍ୟବାଣୀ ଓଁକାର ମନ୍ତ୍ର ଉଚ୍ଚାରଣ କରି ଯୋଗାଭ୍ୟାସ କରିଥିଲେ । ପଦ୍ମାସନ ଠାରୁ ଆରମ୍ଭ କରି ହଳାସନ, ଭୂଜଙ୍ଗାସନ ,ଶୀର୍ଷାସନ ,ମୟୁରାସନ, ମତ୍ସନ୍ଦ୍ରାସନ, ଧନୁରାସନ, ଉଥ୍ ପାଦାସନ, ତ୍ରିକୋଣାସନ ଓ ପବନମୁକ୍ତାସନ ସହ ଅନୁଲୋମ, ବିଲମ୍ ଓ କପାଳଭାତି ପ୍ରଭୃତି ଯୋଗ ଓ ପ୍ରାଣାୟାମର ଅଭ୍ୟାସ କରିଥିଲେ। ଏହି ଅବସରରେ ସମସ୍ତ ଯୋଗର ପ୍ରଣାଳୀ ଓ ଉପକାରିତା ସମ୍ପର୍କରେ ଯୋଗ ଶିକ୍ଷକ ଶ୍ରୀ ପାତ୍ର ଅବଗତ କରି ଦୈନିକ ସକାଳେ କିମ୍ବା ସନ୍ଧ୍ୟାରେ ଯୋଗ ଅଭ୍ୟାସ କରିବାକୁ କହିଥିଲେ।
ଯୋଗହିଁ ଏକ ସୁସ୍ଥ ସମାଜ ଓ ବଳିଷ୍ଠ ରାଷ୍ଟ୍ର ଗଠନ କରିବାର ପରିକଳ୍ପନା ସୃଷ୍ଟି କରିଥାଏ ବୋଲି ମାନ୍ୟବର ବିଧାୟକ ଶ୍ରୀ ନାୟକ କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ନାୟକ, ଉପଜିଲ୍ଲାପାଳ ଶ୍ରୀ ବେହେରା, ତହସିଲଦାର ଅଭିପ୍ସା ପଟ୍ଟନାୟକ,ବି.ଡି.ଓ ଶ୍ରୀମତୀ ଭାରତୀ ଦେବୀ , ଆଡିସନାଲ କଲେକ୍ଟର ପ୍ରଧାନ ଟୁଲିଆମା , ଡେପୁଟି କଲେକ୍ଟର ରଚିତା ମହାପାତ୍ର, ଆସିଷ୍ଟାଣ୍ଟ କଲେକ୍ଟର ରାମଚନ୍ଦ୍ର ମହାପାତ୍ର ଓ ଭଞ୍ଜନଗର ପୈ।ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ମୁରଲୀ କୃଷ୍ଣ ପଣ୍ଡାଙ୍କ ସମେତ ଅନେକ ସରକାରୀ ଓ ପ୍ରଶାସନିକ ଅଧିକରୀ ଉପସ୍ଥିତ ରହି ପ୍ରାୟ ଏକ ଘଣ୍ଟା ଧରି ଯୋଗାଭ୍ୟାସ କରିଥିଲେ। ଏଥିରେ ଭଞ୍ଜନଗର ବ୍ଲକର ବିଭିନ୍ନ ଉଚ୍ଚ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ପ୍ରବୀଣ କୁମାର ଖାଡଙ୍ଗା, କାହ୍ନୁ ଚରଣ ନାୟକ , ଧନୁର୍ଜୟ ଦଳବେହେରା, ସଚିତ୍ର କୁମାର ନାୟକ ,ଆଲୋକ ସ୍ବାଇଁ, ଯାଜ୍ଞସେନୀ ନାୟକ, ଶାନ୍ତି ଲତା ପ୍ରଧାନ ଓ ସରୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ। ଏ.ବି.ଡି.ଓ ପୂର୍ଣ୍ଣଚନ୍ଦ୍ର ପାଢି ଧନ୍ୟବାଦ୍ ପ୍ରଦାନ କରିଥିଲେ।

Leave A Reply

Your email address will not be published.