ଗ୍ରିଡ୍‌କୋ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

0

ଭୁବନେଶ୍ୱର, ୨୧ ଜୁନ୍ ୨୦୨୬: ଗ୍ରିଡ୍‌କୋ ମୁଖ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଅଧିକାରୀ ଓ କର୍ମଚାରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଚଳିତ ବର୍ଷର ଥିମ୍ “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” କୁ ଆଧାର କରି ଏହି ବିଶେଷ ଶିବିରର ଆୟୋଜନ କରାଯାଇଥିଲା।

ଏହି ଅବସରରେ ଅଭିଜ୍ଞ ଯୋଗ ଗୁରୁଙ୍କ ନିର୍ଦ୍ଦେଶନାରେ କର୍ମଚାରୀମାନେ ବିଭିନ୍ନ ପ୍ରକାରର ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନ ଅଭ୍ୟାସ କରିଥିଲେ।

ଏହି କାର୍ଯ୍ୟକ୍ରମ ଅବସରରେ ନିୟମିତ ଯୋଗାଭ୍ୟାସର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ପରିଚାଳନା ନିର୍ଦ୍ଦେଶକ ଡ. ସତ୍ୟ ପ୍ରିୟ ରଥ ନିଜ ଅଭିଭାଷଣରେ କହିଥିଲେ ଯେ, ଆଧୁନିକ ବ୍ୟସ୍ତବହୁଳ ଜୀବନଶୈଳୀରେ ଚାପମୁକ୍ତ ରହିବା, ସନ୍ତୁଳିତ ମନ ଓ ସୁସ୍ଥ ଶରୀର ଗଠନ ପାଇଁ ଯୋଗ ଏକ ଅମୋଘ ଅସ୍ତ୍ର। ଏଥିସହିତ ଦୈନନ୍ଦିନ କାର୍ଯ୍ୟସୂଚୀରେ ଯୋଗକୁ ସାମିଲ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକତା ବଜାୟ ରଖିବା ସହିତ କର୍ମଚାରୀମାନଙ୍କ ମଧ୍ୟରେ ମାନସିକ ସନ୍ତୁଳନ ଏବଂ ଶାରୀରିକ ସୁସ୍ଥତା ସୃଷ୍ଟି କରିବା ଗ୍ରିଡ୍‌କୋର ସର୍ବଦା ପ୍ରାଥମିକତା ହୋଇ ରହିବ ବୋଲି ଏହି ଅବସରରେ ମତ ପ୍ରକାଶ ପାଇଥିଲା।

Leave A Reply

Your email address will not be published.