ଓଡ଼ଗାଁ, ୨୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ପାଠାଗାର ପଡ଼ିଆରେ ଆୟୋଜିତ ଓଡ଼ଗାଁ ପାଠାଗାର ପ୍ରିମିୟର ଲିଗ୍ (ଓପିପିଏଲ୍)-୨୦୨୬ ସଟ୍ ବାଉଣ୍ଡରି ନାଇଟ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶନିବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ସୁଧାଂଶୁ ଶେଖର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ମ୍ୟାଚ୍ ଝାଡ଼ସାହି ଓ ଓଡ଼ଗାଁ ତହସିଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଟସ୍ ଜିତି ଝାଡ଼ସାହି ଦଳ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା। ଟୁର୍ଣ୍ଣାମେଣ୍ଟର ଅନ୍ୟାନ୍ୟ ଲିଗ୍ ମ୍ୟାଚ୍ଗୁଡ଼ିକ ପାଠାଗାର (ଏ) ସହିତ ମାନପୁର, ଆମ୍ବରାପୁର ଓ ରଙ୍ଗଣୀ ପାଟଣା ଏବଂ ଲିଜେଣ୍ଡ ଏମ୍ପୋରିଅର ଓ ମାଛିପଡ଼ା ଦଳ ମଧ୍ୟରେ ଖେଳାଯିବ। ଆଜି ଅନୁଷ୍ଠିତ ହେବାକୁ ଥିବା ଚାରିଟି ଲିଗ୍ ମ୍ୟାଚ୍ର ବିଜେତା ଦଳମାନଙ୍କ ମଧ୍ୟରେ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଖେଳାଯିବ। ସେହିପରି ରବିବାର ସନ୍ଧ୍ୟାରେ ଚାରିଟି ଲିଗ୍ ମ୍ୟାଚ୍ ସହ ଆଉ ଦୁଇଟି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
ତିନି ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରୁଥିବା ବେଳେ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି ବୋଲି ଆୟୋଜକ ମାନସ ସାହୁ ସୂଚନା ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.