ସୋହେଲାରେ ଆର୍ନ୍ତଜାତୀୟ ମହିଳା ଦିବସ 

0

ସୋହେଲା(ଶାସକପ୍ରଶାସକ)-ସ୍ଥାନୀୟ ସାଂସ୍କୃତିକ ଭବନଠାରେ ଆଜି ତାଲୁକ ଆଇନ ସେବା ସମିତି ତରଫରୁ ଆର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଇଥିଲା । ଏଥିରେ ଆଇନ ସେବା ସମିତିର ଅଧ୍ୟକ୍ଷା ତଥା ପ୍ରଥମ ଶ୍ରେଣୀ ଜୁଡିସିଆଲ ମାଜିଷ୍ଟ୍ରେଟ ଶ୍ରୀମତୀ ଶାନ୍ତା ସାମଲ ଏଥିରେ ଅଧ୍ୟକ୍ଷତା କରିଥିଲେ । ନାରୀମାନଙ୍କ ଅଧିକାର ତଥା ବିଭିନ୍ନ ଆଇନ ନାରୀମାନଙ୍କୁ କିପରି ସାହାଯ୍ୟ କରୁଛି ସେନେଇ ମାଜିଷ୍ଟ୍ରେଟ  ଶ୍ରୀମତୀ ସାମଲ ପ୍ରାଂଜଳଭାବରେ ବୁଝାଇଥିଲେ । କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ ଓକିଲ ମିର୍ଜା ଆକବର ବେଗ,ପ୍ରମୋଦ କୁମାର ସାହୁ ଓ ସୁଶାନ୍ତ ପାଣିଗ୍ରାହୀ ତଥା ସମନ୍ୱିତ ଶିଶୁ ବିକାଶ ଯୋଜନାର ସିଡିପିଓ ଶ୍ରୀମତୀ ରାସେଶ୍ୱରୀ ସାହୁ । ନାରୀମାନଙ୍କ ସପକ୍ଷରେ ଥିବା ବିଭିନ୍ନ ଆଇନ,ଏହି ଦିବସ ପାଳନର ତାପର୍ଯ୍ୟ,ମହିଳାମାନେ କିପିରି ସ୍ୱାବଲମ୍ବୀଭାବରେ ଜୀବନଯାପନ କରି ପାରିବେ, ମହିଳାମାନେ ବିଭିନ୍ନ କାର୍ଯ୍ୟକ୍ଷେତ୍ରରେ କିପରି ଦକ୍ଷତାର ସହ ଅଗ୍ରଣୀ ଭୂମିକା ନେଇ କାର୍ଯ୍ୟ ସଂପାଦନ କରୁଛନ୍ତି ସେ ବିଷୟରେ ମଂଚାସୀନ ଅତିଥିମାନେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଆଡଭୋକେଟ ମିର୍ଜା ଆକବର ବେଗ । ଏହି କାର୍ଯ୍ୟକ୍ରମରେ ଅଂଗନବାଡି କର୍ମୀ ତଥା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ । ସଭା ପରେ ମହିଳାମାନଙ୍କ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । 

Leave A Reply

Your email address will not be published.