ରେଳବାଇର ନୂଆ ଲାଇନ ଓ ରାଜ୍ୟକୁ ନୂଆ ୪ଟି କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ମୋଦିଙ୍କୁ ଧର୍ମେନ୍ଦ୍ରଙ୍କ ସାଧୁବାଦ

0

 ଓଡିଶାର ଭଦ୍ରକ ଓ ପଶ୍ଚିମରବଙ୍ଗର ନାରାୟଣଗଡ ମଧ୍ୟରେ ରେଳବାଇର ତୃତୀୟ ଲାଇନ

 କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡା ଜିଲ୍ଲାର ଗୁଣପୁର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର/ ନୂଆଦିଲ୍ଲୀ  – ଓଡିଶାର ଭଦ୍ରକ ଓ ପଶ୍ଚିମରବଙ୍ଗର ନାରାୟଣଗଡ ମଧ୍ୟରେ ରେଳବାଇର ତୃତୀୟ ଲାଇନ ନିର୍ମାଣ ତଥା ଦେଶରେ ପ୍ରତିଷ୍ଠିତ ହେବାକୁ ଥିବା ନୂଆ ୫୦ଟି କେନ୍ଦ୍ରୀୟ ବିଦ୍ୟାଳୟ ମଧ୍ୟରେ ଓଡିଶାର ୪ଟି ନୂଆ ବିଦ୍ୟାଳୟ ସାମିଲ ହେବା ନେଇ ଭାରତ ସରକାରଙ୍କ ନିଷ୍ପତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି କେନ୍ଦ୍ରମନ୍ତୀ ଧର୍ମେନ୍ଦ୍ର ପ୍ରଧାନ ।

ଗୁରୁବାର ଦିନ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି ଓଡିଶାର ଭଦ୍ରକ ଓ ପଶ୍ଚିମବଙ୍ଗର ନାରାୟଣଗଡ ମଧ୍ୟରେ ରେଳବାଇର ତୃତୀୟ ଲାଇନ ନିର୍ମାଣ ପାଇଁ ନିର୍ଣ୍ଣୟ କରିବାରୁ ଏହା ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଯୋଗାଯୋଗ ସୁବିଧାକୁ ବଢାଇବା ସହ ରେଳ ଯାତ୍ରାରେ ସୃଷ୍ଟି ହେଉଥିବା ଜାମ୍ ସମସ୍ୟା ଲାଘବ ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ।

କେନ୍ଦ୍ର ସରକାରଙ୍କ ନିଷ୍ପତି ଅନୁଯାୟୀ ଓଡିଶାରେ କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଓ ଚମ୍ପୁଆ, ଗଞ୍ଜାମ ଜିଲ୍ଲାର ଛତ୍ରପୁର ଓ ରାୟଗଡା ଜିଲ୍ଲାର ଗୁଣପୁର ଠାରେ ପ୍ରତିଷ୍ଠିତ ହୋଇ ଉତ୍ତମ  ଗୁଣମାନର ଶିକ୍ଷା ପ୍ରଦାନରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି | 

 

 

 

 

 

Leave A Reply

Your email address will not be published.