ଜଗତସିଂହପୁର ନିଖିଳ ଉତ୍କଳ ପାଟବୈଶ୍ୟ ସମାଜର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

0 1

ତିର୍ତ୍ତୋଲ/ପାରାଦ୍ୱୀପ:ରମେଶ ମହାନ୍ତି -ଜଗତସିଂହପୁର ଜିଲ୍ଲା ନିଖିଳ ଉତ୍କଳ ପାଟବୈଶ୍ୟ ସମିତି ହରିହରପୁର(ଜଗତସିଂହପୁର)ଚକଲାର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ନିକଟସ୍ଥ ଠାକୁରପାଟଣା ଗ୍ରାମର ହରିହର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।ହରିହରପୁର ଚକଲାର ସଭାପତି ସୁବାସ ବେହେରାଙ୍କ ସଭାପତିତ୍ବରେ ଜିଲ୍ଲା କାର୍ଯ୍ୟକାରିଣୀ ଏବଂ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗତସିଂହପୁର ଜିଲ୍ଲା ୮ଟି ବ୍ଲକର ବିଭିନ୍ନ ଥାନର ଥାନପତି ଓ ପାଟବୈଶ୍ୟ ସମାଜର ଭାଇମାନେ ଯୋଗଦେଇ ସେମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।ପ୍ରାରମ୍ଭରେ ଚକଲାର ସମ୍ପାଦକ ନିରଞ୍ଜନ ପରିଡା ସମ୍ପାଦକୀୟ ବିବରଣୀ ପାଠ କରି ସଙ୍ଗଠନର ଆଭିମୁଖ୍ୟ ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲେ।ଏଥିରେ ରାଜ୍ୟ ଉପସଭାପତି ନାଥ ଖୁଣ୍ଟିଆ,ପୁର୍ବତନ ସଭାପତି ରବିନାରାୟଣ ସାହୁ ଚକଲା ମାଲିକ ରଞ୍ଜନ ସାହୁ,ଆଇନଜୀବୀ ବୀର ନାରାୟଣ ପାତ୍ର,ଉପସଭାପତି ଖିରୋଦ ବୈଶାଖ,ସାମ୍ବାଦିକ ଅମରନାଥ ପରିଡା ଓ ସୁଧାଂଶୁ ପୃଷ୍ଟି ଙ୍କ ସମେତ ଶତାଧିକ ପାଟବୈଶ୍ୟ ସମାଜର ଭାଇମାନେ ଯୋଗଦେଇଥିଲେ।

 

Leave A Reply

Your email address will not be published.