ରାଉରକେଲା,(ବସନ୍ତ କୁମାର ଜେନା): ବିଶ୍ବ ପର୍ଯ୍ଯାବରଣ ଦିବସ-୨୦୨୬ ଉପଲକ୍ଷେ ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ସେକ୍ଟର-୧୯ ସିଭିକ୍ ସେଣ୍ଟର୍ ଠାରେ ବିଶ୍ବ ପରିବେଶ ଦିବସ ପାଳିତ ହୋଇଯାଇଛି।
ଏହି ଅବସରରେ ଅତିଥିମାନଙ୍କ ମଧ୍ୟରେ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ର ପରିବେଶ ବିଭାଗ ପ୍ରଫେସର ହିଂମାଶୁ ଭୂଷଣ ସାହୁ, ଶିଳ୍ପ ଓ ବାଷ୍ପିତ୍ର ବିଭାଗ ଉପନିର୍ଦ୍ଦେଶକ ବିଭୁ ପ୍ରସାଦ, ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ରାଉରକେଲା ଇସ୍ପାତ କାରଖାନା ପରିବେଶ ବିଭାଗ ମୁଖ୍ୟ ସାଧାରଣ ପରିଚାଳକ ଆଶା ସୁନୀଲ କାର୍ଥା, ପରିବେଶ ବିଜ୍ଞାନୀ ଡକ୍ଟର ଏ. ଜି. ସାମଲ, ଅତିରିକ୍ତ ପରିବେଶ ବିଜ୍ଞାନୀ ତଥା ରାଉରକେଲା ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବିଶ୍ବ ପରିବେଶ ଦିବସ-୨୦୨୬ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଉପସ୍ଥିତ ଥିବା ବିଭିନ୍ନ ଶିଳ୍ପ ଓ ଖଣିଜ ପ୍ରତିଷ୍ଠାନର ପ୍ରତିନିଧି, ସ୍ବାସ୍ଥ୍ୟ ସେବାରେ ନିୟୋଜିତ ପ୍ରତିନିଧି, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ସରକାରୀ ଅଧିକାରୀ, ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ରତିନିଧି ଏବଂ ସାମାଜିକ ଅନୁଷ୍ଠାନର ପ୍ରତିନିଧିଙ୍କୁ ପରିବେଶକୁ ସୁସ୍ଥ ରଖିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ।
ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ମୁଖରେ ପ୍ରଦୀପ ପ୍ରଜ୍ଵଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ କରାଯିବା ସହିତ ମଧ୍ଯାନ୍ତରରେ ପରିବେଶକୁ ସୁସ୍ଥ ରଖିବା ପାଇଁ ବିବେକାନନ୍ଦ ଦାସଙ୍କ ଏକ ପଥପ୍ରାନ୍ତ ନାଟିକା ପରିବେଷଣ କରାଯାଇଥିଲା। ବିଶ୍ବ ପରିବେଶ ଦିବସ-୨୦୨୬ ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏନ୍ଆଇଟି ପ୍ରଫେସର ହିଂମାଶୁ ଭୂଷଣ ସାହୁ, ଫେକ୍ଟୋରିଜ୍ ଆଣ୍ଡ୍ ବଏଲର୍ ବିଭାଗ ଡେପୁଟି ଡାଇରେକ୍ଟର ବିଭୁ ପ୍ରସାଦ, ରାଉରକେଲା ଡିଏଫ୍ଓ ରବିକାନ୍ତ ମିନା, ରାଉରକେଲା ଇସ୍ପାତ କାରଖାନା ପରିବେଶ ବିଭାଗ ସିଜିଏମ୍ ଆଶା ସୁନୀଲ କାର୍ଥା, ପରିବେଶ ବିଜ୍ଞାନୀ ଡକ୍ଟର ଏ. ଜି. ସାମଲଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.