ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କୂଳପତିଙ୍କୁ ଭେଟିଲେ ନରସିଂହ, ଗବେଷଣା ମୂଳକ କାର୍ଯ୍ୟ ଆରମ୍ଭ ପାଇଁ ହେଲା ଆଲୋଚନା

0 1

ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଶିଘ୍ର ପୁରଣ କରନ୍ତୁ ସରକାର- ନରସିଂହ

ବଲାଙ୍ଗିର,ତା.୦୪.୦୬.୨୬- ବହୁ ସଂଘର୍ଷ ପରେ ରାଜେନ୍ଦ୍ର ମହାବିଦ୍ୟାଳୟ ଏକ ବିଶ୍ୱ ବିଦ୍ୟାଳୟରେ ପରିଣତ ହେଲା । ଆଶା ଥିଲା ଏଠି ଉଚ୍ଚତର ଶିକ୍ଷା ଠିକ୍ ହିସାବରେ ଆମ ଅଂଚଳ ଛାତ୍ର ଛାତ୍ରୀଙ୍କୁ ମିଳିବ । ବିଶ୍ୱ ବିଦ୍ୟାଳୟ ତରଫରୁ ଗବେଷଣାତ୍ମକ କାର୍ଯ୍ୟ ଆରମ୍ଭ ହୋଇ ଆମ ଅଂଚଳ ର ଲୋକଲୋଚନକୁ ଆସିପାରି ନ ଥିବା ଅନେକ ଅଜଣା ତଥ୍ୟ ଗବେଷଣା ମାଧ୍ୟମରେ ଲୋକମାନଙ୍କ ପାଖକୁ ପହଂଚି ପାରିବ । ଯଦିଓ ବର୍ତ୍ତମାନର କୂଳପତି ଏ ଦିଗରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଗ୍ରହ ଦେଖାଇଛନ୍ତି କିନ୍ତୁ ବିଶ୍ୱ ବିଦ୍ୟାଳୟ ଆରମ୍ଭ ହେବାଠୁ ଆଜି ପର୍ଯ୍ୟନ୍ତ ଏ ଦିଗରେ କାହିଁକି ପଦକ୍ଷେପ ନିଆଗଲା ନାହିଁ । ତା ସହ ଶିକ୍ଷାଦାନ ସୁରୁଖୁରୁରେ ଚାଲିବା ପାଇଁ ନିହାତି ଦରକାର ହେଉଥିବା ଶିକ୍ଷକ, ଅଣ ଶିକ୍ଷକ ପଦବୀ ଅନେକାଂଶରେ ଖାଲି ପଡିଛି । ତେଣୁ ଏ ସବୁ କୁ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସରକାର ଶିଘ୍ର ପୁରଣ କରନ୍ତୁ ବୋଲି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ଯାଇ କୂଳପତି ବିଭୁତି ଭୂଷଣ ମଲ୍ଲିକ ଓ କୂଳ ସଚିବ ହରପ୍ରସାଦ ଭୋଇଙ୍କ ସହ ବିଶ୍ୱ ବିଦ୍ୟାଳୟର ସମସ୍ୟାକୁ ନେଇ ଆଲୋଚନା ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.