ଶୁଭେଚ୍ଛାରେ ଦିନଟିଏ

0

 

ଭୁବନେଶ୍ୱର/manasi mishra : ଅର୍ଥ, ଅବକାରୀ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରାଙ୍କୁ ବିଭାଗୀୟ ପଦାଧିକାରୀ , ବିଭିନ୍ନ ସଂଘ ତଥା ଅନୁଷ୍ଠାନର ପ୍ରତିନିଧିବୃନ୍ଦ ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତିା |  ପୂର୍ବାହ୍ନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ସଚିବାଳୟସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଶୁଭେଚ୍ଛୁମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲାା ସମସ୍ତେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ନୂଆବର୍ଷର ଶୁଭେଚ୍ଛା ଜଣାଇଥିଲୋ ଅନ୍ୟ ପକ୍ଷରେ ମନ୍ତ୍ରୀ ଶ୍ରୀ ବେହେରା ନୂଆବର୍ଷରେ ସମସ୍ତଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲୋ 

ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ ମୀନା, ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ ଧଳଙ୍କ ସମେତ ତିନୋଟିଯାକ ବିଭାଗର ଉଚ୍ଚପଦସ୍ଥ ଅଧିକାରୀବୃନ୍ଦ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜଣାଇଥିଲୋ ସଂସଦୀୟ ବ୍ୟାପାର ବିଭାଗ ସାଂସ୍କୃତିକ ସଂଘ, ଓଡ଼ିଶା ସୂଚନା ସେବା ସଂଘ, ସଚିବାଳୟ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କର୍ମଚାରୀ ସଂଘ, ଅର୍ଥ ବିଭାଗର ଗ୍ରୁପ୍-ଡି କର୍ମଚାରୀ ସଂଘ, ଚୁକ୍ତିଭିତ୍ତିକ ଡିଇଓ କର୍ମଚାରୀୟୁନିୟନ୍, ସଚିବାଳୟ ଗ୍ରୁପ୍ ଡି କର୍ମଚାରୀ ସଂଘ, ଅର୍ଥ ଓ ଅବକାରୀ ବିଭାଗର ଏଏସ୍ଓ ଓ ଏସ୍ଓବୃନ୍ଦ, ମଧୁସୂଦନ ଦାସ ଆର୍ଥିକ ପରିଚାଳନା ପ୍ରତିଷ୍ଠାନର ଅଧିକାରୀ ତଥା କର୍ମଚାରୀବୃନ୍ଦ, ଓଡ଼ିଶା ପୋଲିସ ହାବିଲଦାର ସଂଘ, ପୋଟାସ୍ ସେବା ସଂଘ, କର୍ମଚାରୀ ସଂଗ୍ରାମ ସମିତି, ସଚିବାଳୟ ସମୀକ୍ଷକ ସଂଘର କର୍ମକର୍ତ୍ତାଙ୍କ ସମେତ ପ୍ରତିନିଧି  ତଥା ସଭ୍ୟସଭ୍ୟାମାନେ ମନ୍ତ୍ରୀ ଶ୍ରୀ ବେହେରାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲୋ ଶ୍ରମ ବିଭାଗ କମିଶନର ଓ ସ୍ୱଳ୍ପ ସଂଚୟ ସଂଗଠନର ନିର୍ଦ୍ଦେଶକ ମଧ୍ୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଅଭିନନ୍ଦନ ଜଣାଇଥିଲେ| 

Leave A Reply

Your email address will not be published.