ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଉ କିଛି ମାସ ପରେ ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ପୂର୍ବରୁ ତୃଣମୂଳ ସ୍ତରରେ ଗଜପତି ବିଜେଡିକୁ ଏକ ବଡ଼ ଶକ୍ତ ଝଟକା ଲାଗିଛି। ଜିଲ୍ଲାର କାଶୀନଗର ବ୍ଲକ ସମେତ ଗୋଷାଣୀ ଓ ଗୁମ୍ମା ବ୍ଲକ ଅଞ୍ଚଳର ସରପଞ୍ଚ , ନାଏବ ସରପଞ୍ଚ , ସମିତି ସଭ୍ୟ , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଏବଂ ଶତାଧିକ କର୍ମୀ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।
କାଶୀନଗର ଜୋନ୍ ନଂ ୧ର ଜିଲ୍ଲା ପରିଷଦ ସଦସ୍ୟା ରକମ ରାଜଲକ୍ଷ୍ମୀ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ଗୋଷାଣୀ ବ୍ଳକ ଅନ୍ତର୍ଗତ ଲିଙ୍ଗପୁର ଗ୍ରାମ୍ୟ ଠାରେ ଏକ ମେଗା ଆୟୋଜିତ ମିଶ୍ରଣ ପର୍ବରେ ସେ ତାଙ୍କ ସମର୍ଥକ ମାନଙ୍କୁ ନେଇ ପଦ୍ମ ଶିବିରରେ ଯୋଗ ଦେଇଥିବା ବେଳେ ବିଜେପିର ବରିଷ୍ଠ ନେତା ତାଙ୍କୁ ସ୍ୱାଗତ କରିଛନ୍ତି।
ଏହି ଅବସରରେ ବରିଷ୍ଠ ଜିଲ୍ଲା ପରିଷଦ ସଦସ୍ୟା ରାଜଲକ୍ଷ୍ମୀ କହିଛନ୍ତି ଯେ , ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସୁଶାସନ ତାଙ୍କୁ ଆକୃଷ୍ଟ କରିଛି , ତେଣୁ ବିଜେଡି ଛାଡ଼ି ବିଜେପି ରେ ଯୋଗ ଦେଇଛି। ଆଗାମୀ ସମୟରେ ପ୍ରଧାନମନ୍ତ୍ରୀ ହାତ କୁ ଦୃଢ କରିବା ସହ ଭାରତୀୟ ଜନତା ପାର୍ଟି ର ବିକାଶ ର ଗାଥା କୁ ନେଇ ଲୋକ ଙ୍କ ପାଖରେ ପହଞ୍ଚିବେ ବୋଲି କହିଛନ୍ତି।
ଏହି ମିଶ୍ରଣ କାର୍ଯକ୍ରମ ବେଳେ ଗଜପତି ଜିଲ୍ଲା ସଭାପତି ନବ କିଶୋର ଶବର , ରାଜ୍ୟ ପ୍ରମୁଖ ନେତା ଅମିୟ ମହାପାତ୍ର , ରାଜ୍ୟ ଉପ ସଭାପତି ଶ୍ରୀ କେ. ନାରାୟଣ ରାଓଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ଯୁବ ନେତା ସାନପାଲା କିରଣ , ବରିଷ୍ଠ ନେତା ସି. ଏଚ. ସୀମାଦ୍ରୀ , ଯୁବ ନେତା କେ. ଜୀବନ ସହ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର ସମସ୍ତ ମଣ୍ଡଳ ସଭାପତି ଓ ଯୁବ ସଭାପତି , ନଗର ସଭାପତି ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.