ଓଡ଼ଗାଁ ୨୯।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରଙ୍ଗଣୀପାଟଣା ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସରପଞ୍ଚ ସସ୍ମିତା ପାତ୍ରଙ୍କ ସଭାପତିତ୍ବରେ ଗ୍ରାମ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କ ଅବସର କାଳିନ ସମ୍ବର୍ଦ୍ଧନା ସମାରୋହ ଅବସରରେ ଶୁକ୍ରବାର ବିଡିଓ ପ୍ରିତିବାଳା ରଣା ରଙ୍ଗଣୀପାଟଣା ଗ୍ରାମପଞ୍ଚାୟତ ସୁବିଧା କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ତେବେ ଏହି ଅବସର କାଳିନ ସଭାରେ ଓଡ଼ଗାଁ ତହସିଲଦାର ଡ.ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଏବଂ ବିଡିଓ ପ୍ରିତିବାଳା ରଣା ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ତହସିଲଦାର ଜି ଶ୍ରୀନୁ,ଅତିରିକ୍ତ ତହସିଲଦାର ପବିତ୍ର କୁମାର ସେଠୀ, ବ୍ଳକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ସସ୍ମିତା କର,ବ୍ଳକ୍ ଗ୍ରାମ ପଞ୍ଚାୟତ ଅଧିକାରୀ ବିଶ୍ବଜିତ ଯେନା,ଅବସରପ୍ରାପ୍ତ ବନଖଣ୍ଡ ଅଧିକାରୀ ସୁରେଶ ଚନ୍ଦ୍ର ହୋତା, ସୁସାହିତ୍ୟିକ ଦିବାକର ନାୟକ ରଙ୍ଗଣୀପାଟଣା ସମିତି ସଭ୍ୟ ସସ୍ମିତା ସାହୁ କୁରାଳ ସରପଞ୍ଚ ବିଜନ ପାଇକରାୟ, ଆଞ୍ଚଳିକ ସାଧନ ସଂଯୋଜକ ଯଶୋବନ୍ତ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଅବସରପ୍ରାପ୍ତ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ପଟ୍ଟନାୟକଙ୍କୁ ଅତିଥି ମାନଙ୍କ ଦ୍ଵାରା ଉପଢ଼ୌକନ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।ସରକାରୀ କର୍ମଚାରୀଙ୍କ ଚାକିରିରୁ ଅବସର ଗ୍ରହଣ କରନ୍ତି। କିନ୍ତୁ ବଞ୍ଚିଥିବା ପର୍ଯ୍ୟନ୍ତ କର୍ମ କ୍ଷେତ୍ରରୁ ଅବସର ନିଅନ୍ତି ନାହିଁ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। ଖେଳ ମଣିଷ ଦିବାକର ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.