ପଦ୍ମପୁରରେ ବନ୍ଧୁଆ ଶ୍ରମିକ ଓ ମାନବ ଚାଲାଣ ରୋକିବା ପାଇଁ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ।

0 1

ପଦ୍ମପୁର/ଶିବାଶିଷ ପଟ୍ଟନାୟକ:-ପଦ୍ମପୁର ଉପଖଣ୍ଡରେ ବନ୍ଧୁଆ ଶ୍ରମିକ ଓ ମାନବ ଚାଲାଣ ସମ୍ବନ୍ଧୀୟ ସମସ୍ୟା ଏବଂ ଏହାର ସମାଧାନ ଦିଗରେ ଆଲୋଚନା କରିବା ପାଇଁ ଆଜି ଏକ ସ୍ୱତନ୍ତ୍ର ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ପଦ୍ମପୁର ଉପ-ଜିଲ୍ଲାପାଳ ହେମସାଗର ଭୋଇ ଅଧ୍ୟକ୍ଷତା କରିଥିଲେ। ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସରୋଜିନୀ ପ୍ରସନ୍ନ କୁଲ୍ଲୁ ସଭାପତି ରୂପେ ଯୋଗଦେଇ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ।’ବିକଳ୍ପ’ (VIKALPA) ଏନଜିଓ ଦ୍ୱାରା ଆୟୋଜିତ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ବନ୍ଧୁଆ ଶ୍ରମିକ ସମସ୍ୟା ଓ ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକରେ ବିଶେଷ ଭାବେ ଉଦ୍ଧାର ପ୍ରକ୍ରିୟା, ଉଦ୍ଧାରକାରୀ ଦଳର ଗଠନ ଏବଂ ଉଦ୍ଧାର ହୋଇଥିବା ବ୍ୟକ୍ତିବିଶେଷଙ୍କ ପୁନର୍ବାସ ବ୍ୟବସ୍ଥା ନେଇ ଆଲୋଚନା କରାଯାଇଥିଲା। ଏହି ଅବସରରେ ପାଟଣାଗଡ଼ର ଜଣେ ଉଦ୍ଧାର ହୋଇଥିବା ଶ୍ରମିକ କନ୍ୟା ନିଜର ସଂଘର୍ଷର କାହାଣୀ ସମସ୍ତଙ୍କ ସମ୍ମୁଖରେ ବର୍ଣ୍ଣନା କରିଥିଲେ, ଯାହା ବୈଠକକୁ ବେଶ୍ ଭାବବିହ୍ୱଳ କରିଥିଲା। । ପ୍ରଶାସନ ଓ ସଂପୃକ୍ତ ଅନୁଷ୍ଠାନମାନଙ୍କର ଏହି ମିଳିତ ପ୍ରୟାସ ପଦ୍ମପୁର ଉପଖଣ୍ଡରେ ଶ୍ରମିକଙ୍କ ସୁରକ୍ଷା ଓ ଅଧିକାରକୁ ସୁନିଶ୍ଚିତ କରିବ ବୋଲି ଆଶା କରାଯାଉଛି।ଏହି ବୈଠକରେ ପଦ୍ମପୁର, ସୋହେଲା, ଝାରବନ୍ଧ ଓ ଗାଇସିଲେଟର ତହସିଲଦାର , ଉପଖଣ୍ଡ ଆରକ୍ଷୀ ଅଧିକାରୀ , କଲ୍ୟାଣ ବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.