ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ ନିଆରା ପ୍ରୟାସ

0 1

କେନ୍ଦୁଝର,ତା୨୯/୫-କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଓଡିଶା ସରକାରଙ୍କ କେନ୍ଦୁଝର ବନଖଣ୍ଡ ମିଳିତ ଆନୁକୂଲ୍ୟରେ, ମନୁଷ୍ୟ -ହାତୀ ସହାବସ୍ଥାନ ପାଇଁ କେ ନିଆରା ପ୍ରୟାସ ଆରମ୍ଭ ହୋଇଛି। କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚ ଡି ଧନରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟର ସମ୍ପାଦକ ତଥା କେନ୍ଦୁଝର ନାଗରିକ ମଞ୍ଚର ଉପସଭାପତି ବରିଷ୍ଠ ସମାଜସେବୀ ଶ୍ରୀ ଭକ୍ତ ବତ୍ସଳ ମହାନ୍ତିଙ୍କ ମାର୍ଗଦର୍ଶନରେ କେନ୍ଦୁଝର ସଦର ରେଞ୍ଜ ଅଧୀନ ଗ୍ରାମ ମାନଙ୍କରେ ହାତୀ -ମଣିଷ ଲଢେଇ ପ୍ରବଣ ଗ୍ରାମମାନଙ୍କରେ ଦେଢ଼ମାସ ଧରି ସଚେତନତା ଅଭିଯାନ ଚାଲିଛି। ଏହି କ୍ରମରେ ମୈଦାନକେଲ ପଂଚାୟତର କେରି ଗ୍ରାମର, ବଡ଼ସାହି, ସଠିଆ ପଡା, କେରି ମହାନ୍ତ ସାଇ ଓ ପାତ୍ର ସାଇ ରେ ଗୋଷ୍ଠୀ ସ୍ତରରେ ବୈଠକ ଅନୁଷ୍ଠିତହୋଇଯାଇଛି। କେରି ଗ୍ରାମର ଯୁବ ସମାଜସେବୀ ତଥା କେଡ଼ି ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ବେଣୁଧର ମହାନ୍ତ, ଅଭିଯାନରେ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଂଯୋଜନା କରୁଛନ୍ତି।

ଏହି ଅଭିଯାନର କେଡ଼ି ଟ୍ରଷ୍ଟର କ୍ଷେତ୍ରୀୟ ବିକାଶ ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି, ସଂଗଠିକା ଶ୍ରୀମତୀ କାଞ୍ଚନବଳା ମହାନ୍ତ, ଉମେଶ ନାୟକ କ୍ଷେତ୍ର ଉପସ୍ଥିତ ରହି, ହାତୀ-ମଣିଷ ସହାବସ୍ଥାନ, ହାତୀ-ମଣିଷ ଲଢେଇର ପ୍ରଶମନ, ଓଡିଶା ସରକାର ଜଙ୍ଗଲ ବିଭାଗ ଦ୍ୱାର ମିଳୁଥିବା ଅନୁକମ୍ପା ରାଶିର ପାଇବା ପାଇଁ ଆବେଦନ, ଜଙ୍ଗଲରେ ହାତୀଆସୁ ଥିବାର ଆଗୁଆ ସୂଚନା କିପରି ପାଇବେ ଓ ସତର୍କ ରହିବା, ଶାନ୍ତ ହାତୀମାନଙ୍କୁ ଜଙ୍ଗଲରେ ଅଶାନ୍ତ ନକରିବା ବିଷୟରେ ବୁଝାଉଛନ୍ତି। ଧରଣୀଧର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର ୧୨ଜଣ ଛାତ୍ରଛାତ୍ରୀ ଏହି ଅଭିଯାନରେ ସାମିଲ ହୋଇ, ଘରକୁ ଘର ବୁଲି ହାତୀ ମଣିଷର ସହାବସ୍ଥାନ ପାଇଁ, ହାତୀ-ମଣିଷ ଲଢେଇର କାରଣ ନିରାକାରଣ, ଅନୁକମ୍ପା ରାଶି ଆବେଦନର କୌଶଳ,ହାତୀ ଖାଦ୍ୟ ପାଇଁ ଜଙ୍ଗଲରେ ବୃକ୍ଷରୋପଣ ଆଦି ବୁଝାଉଛନ୍ତି। ହାତୀ-ମନୁଷ୍ୟ ସହାବସ୍ଥାନ ମାର୍ଗଦର୍ଶିକା ଗ୍ରାମବାସୀ ମାନଙ୍କୁ ବାଣ୍ଟିବା ସହିତ ଛୋଟ ଛୋଟ ଦଳରେ ବୈଠକ କରୁଛନ୍ତି। ଭକ୍ତ ବତ୍ସଳ ମହାନ୍ତି କହିଛନ୍ତି କି ଗ୍ରାମୀଣ ବିଶ୍ୱବିଦ୍ୟାଳୟରେ ପାଠ ପଢିବା, ପରିବେଶକୁ ଜାଣିବା, ଜୈବବିବିଧତାକୁ ବୁଝିବା ଓ ବନବାସୀ ମାନଙ୍କ ଦୁଃଖକୁ ପାଖରୁ ଜାଣିବା ପାଇଁ ଛାତ୍ରଛାତ୍ରୀଙ୍କ ଏକ ପାଠ୍ୟଖସଡ଼ା କେଡି ଟ୍ରଷ୍ଟ ପ୍ରସ୍ତୁତ କରିଅଛି।

Leave A Reply

Your email address will not be published.