ଓଡ଼ଗାଁ ୨୬।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ସମ୍ମିଳନୀ କକ୍ଷ ଓ ଓସ୍ୱାନ କକ୍ଷ ଠାରେ ଓଡ଼ଗାଁ ବ୍ଲକର ୨୩୦ ଜଣ ଅଙ୍ଗନୱାଡୀ କର୍ମୀ ମାନଙ୍କୁ ନେଇ ୨ଟି ପର୍ଯ୍ୟାୟରେ ” ପୋଷଣ ଭି, ପଢ଼ାଇ ଭି ତାଲିମ୍ ଶିବିର ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ଅଙ୍ଗନୱାଡି କର୍ମୀଙ୍କର ଦକ୍ଷତା ବୃଦ୍ଧି କରିବା ଏବଂ ୦-୩ ବର୍ଷର ଶିଶୁ ମାନଙ୍କ ପ୍ରାରମ୍ଭିକ ପ୍ରୋତ୍ସାହନ ଏଵଂ ୩-୬ ବର୍ଷର ଶିଶୁମାନଙ୍କର ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ସହିତ ଇସିସିଇ ପାଠ୍ୟକ୍ରମ ଏଵଂ ଶିକ୍ଷାଦାନ ଦୃଷ୍ଟିକୋଣର ମୌଳିକ ବୁଝାମଣା ସହିତ ଅଙ୍ଗନ ୱାଡି କର୍ମୀ ମାନଙ୍କର ସାମର୍ଥ୍ୟ ବିକାଶ କରିବା ଏହାର ଲକ୍ଷ୍ୟ। ଏତଦ ବ୍ୟତୀତ ପୋଷଣ ୨.୦ ଏବଂ ସକ୍ଷମ ଅଙ୍ଗନୱାଡି, ପୋଷଣ ଟ୍ରାକର,ଖାଦ୍ୟ ଅଭ୍ୟାସ, ସୂକ୍ଷ୍ମ ପୋଷକ ତତ୍ତ୍ଵର ଅଭାବ ଇତ୍ୟାଦି ପୋଷଣ ଉପରେ ଅଜ୍ଞନୱାଡ଼ି କର୍ମୀଙ୍କର ବୁଝାମଣାକୁ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ।ଏହି ତାଲିମ ଶିବିରକୁ ଓଡ଼ଗାଁ ତହସିଲଦାର ଡ. ମାନସ ରଞ୍ଜନ ଭୋଇ , ବ୍ଲକ୍ ଉନ୍ନୟନ ଅଧକାରୀ ପ୍ରିତିବାଳା ରଣା ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଓଡ଼ଗାଁ ମହିଳା ଓ ଶିଶୁ କଲ୍ୟାଣ ଅଧିକାରୀ ଲହଡ଼ିମାଳା ପ୍ରଧାନ ଏହାର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଆଲୋଚନା କରିଥିଲେ। ଶ୍ରଦ୍ଧାଞ୍ଜଳି ସାହୁ, ବିଦ୍ୟୁତ୍ ପ୍ରଭା ପରିଡ଼ା, ଜୟଶ୍ରୀ ସାହୁ , ଅନୁପମା ଦାସ ଅଙ୍ଗୱାଡ଼ି କର୍ମୀଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହା ବ୍ୟତୀତ ମମତା ପି ଏ,ପୋଶନ ବି ସି, ସୁଭଦ୍ରା ବି ସି ଯାନ୍ତ୍ରିକ କ୍ରିୟାକୁ ତଦାରଖ କରିଥିଲେ। ଏବଂଅନ୍ୟମାନେ ପ୍ରତ୍ୟେକ କାର୍ଯକ୍ରମରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post