ସୁବର୍ଣ୍ଣପୁର , ୨୫!୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ,ତଥା ଏଲିନୋ କୁ ଦୃଷ୍ଟି ରେ ରଖି ସାଧାରଣ ଜନତା, ପଥଚାରୀ, ଯାନବାହନ ଆରୋହୀ,ଙ୍କ ତୃଷା ନିବାରଣ କରିବା ପାଇଁ ପ୍ରଧାନ ଶିକ୍ଷକ ସୁନୀଲ କୁମାର ସାହୁ ଓ ଜୁନିୟର ରେଡ କ୍ରସ ପରାମର୍ଶ ଦାତା ତଥା ବିସିସି ନିମାଇଁ ଚରଣ ମଲ୍ଲିକ ଙ୍କ ନେତୃତ୍ୱ ରେ ଜୁନିଅର ରେଡ୍ କ୍ରସ ୟୁନିଟ୍ ବାଲୁଙ୍କେଶ୍ୱର ଆଦିବାସୀ ଉଚ୍ଚ ବିଦ୍ୟାଳୟ ସର୍ଗୁଲ ତରଫରୁ ବିଦ୍ୟାଳୟ ସମ୍ବୁଖ ରାସ୍ତାରେ ଦହି ପଣା ବଣ୍ଟନ କାର୍ଯ୍ୟକ୍ରମ କରାଯାଇ ଥିଲା ଏଥିରେ ସର୍ଗୁଲ ଗ୍ରାମ ପଞ୍ଚାୟତ ର ସରପଞ୍ଚ ପ୍ରତିନିଧି ଶ୍ରୀ ଯୁକ୍ତ ପ୍ରଶାନ୍ତ ପାଣ୍ଡେ ଓ ସମିତି ସଭ୍ୟ ଶ୍ରୀଯୁକ୍ତ ପୁରନ୍ଦର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯକ୍ରମ ର ଶୁଭାରମ୍ଭ କରିଥିଲେ ଉକ୍ତ କାର୍ଯକ୍ରମ ରେ ବିଦ୍ୟାଳୟର ଜୁନିଅର ରେଡ୍ କ୍ରସ ୟୁନିଟ ଓ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ,ଗୋପାଳ କୃଷ୍ଣ ସାହୁ,ସନ୍ତୋଷ ମେହେର ,ବଳଦେବ ସ୍ୱାଇଁ ,ଧନପତି ସାହୁ ପ୍ରମୁଖ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.