କେନ୍ଦୁଝର,ତା୨୫/୦୫- କେନ୍ଦୁଝର ଜିଲ୍ଲାରେ ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଜନଜାତୀୟ ଗରିମା ଉତ୍ସବ ୨୦୨୬’ ଅନ୍ତର୍ଗତ ବିଶେଷ କାର୍ଯ୍ୟକ୍ରମ “ଜନଭାଗିଦାରୀ ଅଭିଯାନ” (ସବୁଠାରୁ ଦୂର ସର୍ବ ପ୍ରଥମ) ଆଜି ସଫଳତାର ସହ ଉଦ୍ଯାପିତ ହୋଇଯାଇଛି। ଗତ ମେ’ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି ସପ୍ତାହବ୍ୟାପୀ ଅଭିଯାନ ମେ’ ୨୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହୋଇଥିଲା।
ଏହି ଜନମଙ୍ଗଳକାରୀ ଅଭିଯାନକୁ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ ତଥା ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକରେ ଜିଲ୍ଲାସ୍ତରୀୟ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସରକାରୀ ଯୋଜନାଗୁଡ଼ିକର ରୂପରେଖ ସମ୍ପର୍କରେ ଆଲୋଚନା କରିଥିଲେ। ସରକାରଙ୍କ ବିଭିନ୍ନ ଜନହିତକର ଓ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଶେଷ ସୀମାନ୍ତରେ ଥିବା ଲୋକଙ୍କ ପାଖରେ ସହଜରେ ପହଞ୍ଚିପାରିବ, ତାହାକୁ ଏହି ଅଭିଯାନରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ‘ସବୁଠାରୁ ଦୂର ସର୍ବ ପ୍ରଥମ’ ସଂକଳ୍ପକୁ ପାଥେୟ କରି ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।
ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାର ଦୁର୍ଗମ ଜନଜାତି ବହୁଳ ଗ୍ରାମଗୁଡ଼ିକରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ସ୍ୱଚ୍ଛ ପାନୀୟ ଜଳ ଭଳି ମୌଳିକ ସୁବିଧା ଓ ସେବା ଯୋଗାଇଦେବା ଉପରେ ବିଶେଷ ସଚେତନତା ସୃଷ୍ଟି କରାଯିବା ସହ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଯୋଗୁଁ ଏହି ସପ୍ତାହବ୍ୟାପୀ ଅଭିଯାନ ଜିଲ୍ଲାରେ ବେଶ୍ ସଫଳ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
Sign in
Sign in
Recover your password.
A password will be e-mailed to you.