ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର, ପାରଳାଖେମୁଣ୍ଡି ସହର ବାସିନ୍ଦା ସ୍ବର୍ଗତ ରାମ ଶଙ୍କର ମିଶ୍ର ତଥା କବି ଓ ଆଇନଜୀବୀ (ଇଂ) ବିଜୟ ଚନ୍ଦ୍ର ମିଶ୍ର ଙ୍କ ମାତା ୰ ପ୍ରଭାବତୀ ମିଶ୍ର ଙ୍କ ଦ୍ବାଦଶାହ ତଥା ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ଵର୍ଗତା ପ୍ରଭାବତୀ ମିଶ୍ରଙ୍କ ସମସ୍ତ ଶୋକସନ୍ତପ୍ତ ପରିବାରବର୍ଗ , ବନ୍ଧୁବାନ୍ଧବ ତଥା ବ୍ରହ୍ମପୁର , ପାରଳାଖେମୁଣ୍ଡି , ଗଞ୍ଜାମ ଓ ଗଜପତି ଜିଲ୍ଲା ତଥା ଓଡ଼ିଶାର ଅନ୍ୟାନ୍ଯ ସ୍ଥାନରୁ ଅନେକ ପ୍ରିୟପରିଜନ ଯୋଗଦାନ କରିଥିଲେ।
ସ୍ଵର୍ଗତା ପ୍ରଭାବତୀ ମିଶ୍ର , ଗତ ୧୨ ତାରିଖ ପୂର୍ବାହ୍ନ ଘ ୧୦.୩୦ ମି ବ୍ରହ୍ମପୁର ସହର ସ୍ଥିତ ଏମ.କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲରେ ନିଜର ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ମୃତ୍ଯୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା। ଗତ ଏକ ବର୍ଷ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। କିଛି ଦିନ ପୂର୍ବରୁ ଅସୁସ୍ଥତା ହେତୁ ତାଙ୍କୁ ବ୍ରହ୍ମପୁର ଏମ.କେ ସି.ଜି ମେଡ଼ିକାଲ କଲେଜ ଓ ହସ୍ପିଟାଲର ଆଇ ସି.ୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ଅବସ୍ଥାରେ ହିଁ ତାଙ୍କର ପରଲୋକ ଗମନ ହୋଇଯାଇଥିଲା । ତାଙ୍କ ମର ଶରୀରକୁ ପୁରୀ ସ୍ୱର୍ଗଦ୍ୱାରରେ ଦାହ କରାଯାଇ, ଦଶାହ ତଥା ଅନ୍ଯାନ୍ଯ କାର୍ଯ୍ଯ ବି ପୁରୀରେ ସଂପନ୍ନ ହୋଇଥିଲା। ତାଙ୍କ ଜ୍ୟେଷ୍ଠ ପୁତ୍ର ଶ୍ରୀଯୁକ୍ତ ସିମାଞ୍ଚଳ ମିଶ୍ର ମୁଖାଗ୍ନି ଦେଇଥିଲେ। ଅନ୍ତେଷ୍ଟି ଓ ଶ୍ରାଦ୍ଧ କାର୍ଯ୍ଯରେ ତାଙ୍କର ୩ ପୁଅ , ୩ ବୋହୂ , ୨ ଝିଅ , ଜ୍ୱାଇଁ , ନାତି , ନାତୁଣୀ , ନାତୁଣୀ ଜ୍ବାଇଁ ତଥା ଅନ୍ଯାନ୍ଯ ବନ୍ଧୁବାନ୍ଧବ ସଭିଏଁ ଉପସ୍ଥିତ ଥିଲେ । ସେ ଜଣେ ଅତ୍ୟନ୍ତ ଧର୍ମପରାୟଣା ଓ ଭଗବତ ବିଶ୍ବାସୀ ମହିଳା ଥିଲେ। ନିଜର ସ୍ନେହପୂର୍ଣ୍ଣ ତଥା ଶ୍ରଦ୍ଧା ଓ ଆଦରଭରା ସୁନ୍ଦର ବ୍ଯବହାର ଯୋଗୁଁ ସେ ସମସ୍ତ ପରିବାରବର୍ଗ , ବନ୍ଧୁବାନ୍ଧବ ଏବଂ ସାହିପଡ଼ିଶାର ସମସ୍ତଙ୍କ ଠାରେ ପ୍ରିୟଭାଜନ ହୋଇପାରିଥିଲେ। ସ୍ଵର୍ଗତା ପ୍ରଭାଵତୀ ମିଶ୍ରଙ୍କ ଦେହାନ୍ତରେ ସମସ୍ତ ପରିବାରବର୍ଗ , ବନ୍ଧୁବାନ୍ଧବ , ସାହିପଡ଼ିଶା ତଥା ନିକଟତମ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
Sign in
Sign in
Recover your password.
A password will be e-mailed to you.