ନବମ ଲୋକକଳା ଉତ୍ସବ ଉଦଯାପିତ: ସଂସ୍କୃତି ର ସଂରକ୍ଷଣ ନ ହେଲେ ଆମର ପରିଚୟ ହଜିଯିବ

0 1

ମନମୋହିଲା ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ

ବଲାଙ୍ଗୀର: ଯେ କୌଣସି ଭୂଖଣ୍ଡର ପରିଚୟ ହେଉଛି ତାର ପରମ୍ପରିକତା। ବିଶ୍ୱ ବିଚାର ଭିତରେ ଆମର ସଂସ୍କୃତି ଆଜି ବିପଦରେ। ଆମେ ସଚେତନ ନ ହେଲେ ଆମର ସାଂସ୍କୃତିକ ପରିଚୟ ହଜିଯିବ। ତେଣୁ ବେଳ ଥାଉ ବନ୍ଧ ବାନ୍ଧ ରେ କୁମାର ନ୍ୟାୟରେ ଆମକୁ ଆଗରୁ ସଚେତନ ହେବା ଓ ସଂସ୍କୃତି ପରମ୍ପରା କୁ ବଞ୍ଚାଇବାକୁ ଉଦ୍ୟମ କରିବା ଜରୁରୀ ବୋଲି ଆଜି ବଲାଙ୍ଗୀର ର ଐତିହାସିକ କୋଶଲ କଳାମଣ୍ଡଳ ପଡିଆରେ ଆୟୋଜିତ ନବମ ଲୋକକଳା ଉତ୍ସବ ୨୦୨୬ ର ଉଦଯାପନୀ ସନ୍ଧ୍ୟାର ସାଂସ୍କୃତିକ ସଭାରେ ଆହ୍ୱାନ ଦେଇଛନ୍ତି ଅତିଥି ମାନେ। ବଲାଙ୍ଗୀର ର ଦୂଲଦୁଲି କଳା ପରିଷଦ ତରଫରୁ ଆୟୋଜିତ ଏହି ଜାତୀୟ ସ୍ତରର ଉତ୍ସବରେ ଲୋକକଳା ର ବିଭିନ୍ନ ସ୍ୱରୂପ ପ୍ରଦର୍ଶନ ଅବସରରେ ଏହିମତ ପ୍ରକାଶ ପାଇଛି।
ଦୂଲଦୁଲି କଳା ପରିଷଦ ର ସଭାପତି ଅନନ୍ତ ଦାଶ ଙ୍କ ସଭାପତିତ୍ୱରେ ଆୟୋଜିତ ସାଂସ୍କୃତିକ ସଭାରେ ବରେଣ୍ୟ ଅତିଥି ଭାବରେ ଯୁବ ଉଦ୍ୟୋଗୀ ସଂଜୀବ ରଥ,ମୁଖ୍ୟ ପୃଷ୍ଠପୋଷକ, ଚଳଚ୍ଚିତ୍ର ଅଭିନେତ୍ରୀ ବିଦୁସ୍ମିତା ଦାଶ ମନ୍ତ୍ରୀ, ଆବାହକ ଶତ୍ରୁଘନ ପାଣିଗ୍ରାହୀ ,ଏହି ଅବସରରେ ଅତିଥିମାନେ ନବମ ଲୋକକଳା ଉତ୍ସବର ଉଦଯାପନୀ ଦିନରେ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ଙ୍କ ପୂଜା ଅର୍ଚନା କରି ସାଂସ୍କୃତିକ ସନ୍ଧ୍ୟା ର ଶୁଭାରମ୍ଭ କରିଥିଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲୋକକଳା ର ଅନନ୍ୟ ଶିଳ୍ପୀ ଓଡ଼ିଶାର ସଂଗୀତ ଜଗତ ର ପାୱାର ଷ୍ଟାର ଉମାକାନ୍ତ ବାରିକ ଓ ନୃତ୍ୟ ଶିଳ୍ପୀ ଦୀପାଳି ଚୌଧୁରୀ ଙ୍କୁ ନବମ ଲୋକକଳା ସମ୍ମାନ ରେ ସମ୍ମାନିତ କରିଥିଲେ ଅତିଥି ମାନେ। ସାଂସ୍କୃତିକ ସଭାକୁ ପରିଚାଳନା କରିଥିଲେ ସନ୍ଦୀପ କୁମାର କୁଅଁର।ପରେ ପରେ,ଚିକଲ ବାହାଲ ର କଂସ ମହାରାଜ ଶତ୍ରୁଘନ ବେହେରା, ଓଡ଼ିଆ ଚଳଚ୍ଚିତ୍ର ଜଗତ ର କୋରିଓଗ୍ରାଫର ନୃତ୍ୟଗୁରୁ ସୁରେଶ ପ୍ରସାଦ ଓ ମହେଶ, କଂସ ମହାରାଜ କଳାକୃଷ୍ଣ ସାହୁ, ଦୂଲଦୁଲି କଳା ପରିଷଦ ର ବରିଷ୍ଠ ସଦସ୍ୟା ମିନା ବାରିକ, ସୁରଞ୍ଜନା ମିଶ୍ର,ରଂଜିତା ବାବୁ, ସୁଭଦ୍ରା ସେଠି ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜକ ଅର୍ଜୁନ ସାହୁ, ବୀରେନ୍ଦ୍ର ପାଣ୍ଡେ, ପଙ୍କଜିନୀ ପୋଢ଼, ଲୋପାମୁଦ୍ରା ମିଶ୍ର, ଙ୍କୁ ସମ୍ମାନିତକରାଯାଇଥିଲା। ସନ୍ଧ୍ୟାରେ ଆକାଶବାଣୀ ଓ ଦୂରଦର୍ଶନ କଳାକାର ମାନେ ଲୋକ ସଂଗୀତ ପରିବେଷଣ କରିଥିଲେ।ପରେପରେ ସାରା ଓଡିଶା ର ତଥା ଦେଶର ବଛା ବଛା କଳାକାର ୩୦୦ ଜଣ ପାରିବେଆଁ କରିଥିଲେ ଏକ ଭାରତ ଶ୍ରେଷ୍ଠ ଭାରତ। ଗୁରୁ ରଞ୍ଜନ ସାହୁଙ୍କ ନିର୍ଦେଶନାରେ ମହେଶ ପଟେଲ, ମନୋଜ ପଟେଲ, ସ୍ୱରୂପା ସିଂ ଓ ପିନୁ ନୃତ୍ୟ ନିର୍ଦେଶନା ଦେଇଥିଲେ।

Leave A Reply

Your email address will not be published.