ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୪/୦୫/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ବିଦ୍ୟାଳୟରେ ଇଗ୍ନୋ ର ଛାତ୍ର ଅଧିଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟକ୍ଷା ଚନ୍ଦନା ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଇଗ୍ନୋ ର ସଂଯୋଜିକା ତଥା ଅଧ୍ୟାପିକା ଉର୍ମିଳା ବ୍ରହ୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟକ୍ଷା ଚନ୍ଦନା ପଣ୍ଡା ୨୦୨୬ ବର୍ଷ ଇଗ୍ନ ରେ ନାମ ଲେଖାଇଥିବା ନୂତନ ଛାତ୍ରଛାତ୍ରୀଙ୍କୁ ନୂତନ ଶିକ୍ଷାବର୍ଷ ପାଇଁ ସ୍ଵାଗତ ଜଣାଇବା ସହ ସାରା ଭାରତ ବର୍ଷରେ ନିରନ୍ତର ଶିକ୍ଷା କ୍ଷେତ୍ରରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ଵ ବିଦ୍ୟାଳୟ (ଇଗ୍ନୋ) ର ମୁଖ୍ୟ ଭୂମିକା ରହିଥିବା ନେଇ କହିଥିଲେ। ଡାବୁଗାଁ ପରି ଏକ ଆଦିବାସୀ ବହୁଳ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ଅଞ୍ଚଳରେ ଇଗ୍ନୋ ପାଠ୍ୟକ୍ରମ ମାଧ୍ୟମରେ ଅଧାରୁ ଉଚ୍ଚ ଶିକ୍ଷା କରି ପାରି ନ ଥିବା ବିଦ୍ୟାର୍ଥୀ ଙ୍କ ପାଇଁ ଏକ ସୁଯୋଗ ଆଣିଛି ବୋଲି କହିଥିଲେ। ଇଗ୍ନୋ ର ସଂଯୋଜିକା ତଥା ଅଧ୍ୟାପିକା ଉର୍ମିଳା ବ୍ରହ୍ମା ଇଗ୍ନୋ ମାଧ୍ୟମରେ ଶିକ୍ଷା ଗ୍ରହଣ କରି ନିଜ କେରିଅର ଗଠନ ସମ୍ବନ୍ଧରେ କହିବା ସହ ନୂତନ ବର୍ଷ ର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପାଠ୍ୟକ୍ରମ ଚୟନ ସହ ପଞ୍ଜିକରଣ ସମ୍ବନ୍ଧରେ ବିସ୍ତୃତ ଭାବେ କହିଥିଲେ।ଉମରକୋଟ ବିଜୁ ପଟ୍ଟନାୟକ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟାପିକା ତଥା ଇଗ୍ନୋ କାଉନସିଲର ସସ୍ମିତା ମହୁକା ଇଗ୍ନୋ ପାଠ୍ୟକ୍ରମ ର ଉପାଦେୟତା ସମ୍ପର୍କରେ କହିଥିଲେ। ଏହାପରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯାଇଥିଲା।ଚଳିତ ୨୦୨୬ ଶିକ୍ଷା ବର୍ଷରେ ଇଗ୍ନୋ ରେ ୭୭ ଜଣ ନାମ ଲେଖାଇଥିବା ବେଳେ ଅଧିଗ୍ରହଣ ଉତ୍ସବ ରେ ୬୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.