ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରୟ ବିରୋଧରେ ମିଳିତ ଚଢ଼ାଉ.:୬ଟି ଦୋକାନରୁ ୧୧୦୦ ଟଙ୍କା ଜରିମାନା ଆଦାୟ

0 1

 ମୟୁରଭଞ୍ଜ ରୁ ଦିପୁ ମହାପାତ୍ର :ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅଞ୍ଚଳରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର, ମୟୂରଭଞ୍ଜ ରେଞ୍ଜ–୧ ଏବଂ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ ବିରୋଧରେ ଚଢ଼ାଉ ଓ ଯାଞ୍ଚ ଅଭିଯାନ କରାଯାଇଥିଲା ।
ଏହି ଅଭିଯାନ ସମୟରେ ଚାନ୍ଦୁଆ ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଅଞ୍ଚଳ ଓ ବଜାର ପରିସରରେ ଥିବା ପାନ ଦୋକାନ, ଗ୍ରୋସେରୀ ଦୋକାନ ଏବଂ ଅନ୍ୟାନ୍ୟ ଛୋଟ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଚାନକ ଯାଞ୍ଚ କରାଯାଇଥିଲା। ଯାଞ୍ଚ ବେଳେ ବିଭିନ୍ନ ପ୍ରକାର ତମାଖୁଜାତ ନିଶାଦ୍ରବ୍ୟ ବିକ୍ରୟ କରାଯାଉଥିବା ଦେଖାଯାଇଥିଲା
ଶିକ୍ଷା ଅନୁଷ୍ଠାନ ନିକଟରେ ତମାଖୁଜାତ ସାମଗ୍ରୀ ବିକ୍ରୟ ନିଷିଦ୍ଧ ଥିବା ସତ୍ତ୍ୱେ ନିୟମ ଉଲ୍ଲଂଘନ କରି ବିକ୍ରୟ କରାଯାଉଥିବା ଅଭିଯୋଗରେ ମୋଟ ୬ଟି ଦୋକାନକୁ ଚିହ୍ନଟ କରାଯାଇଥିଲା । ସମ୍ବନ୍ଧିତ ଦୋକାନୀମାନଙ୍କ ଠାରୁ ମୋଟ ୧୧୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ଏହା ସହ ଭବିଷ୍ୟତରେ ଏପରି ନିୟମ ଉଲ୍ଲଂଘନ ନ କରିବା ପାଇଁ ସତର୍କ କରାଯାଇଥିଲା ।

ଜନସ୍ୱାସ୍ଥ୍ୟ ସୁରକ୍ଷା ଏବଂ ଶିକ୍ଷା ଅନୁଷ୍ଠାନ ପରିସରକୁ ତମାଖୁମୁକ୍ତ ରଖିବା ଲକ୍ଷ୍ୟରେ ଆଗାମୀ ଦିନରେ ମଧ୍ୟ ଏଭଳି ମିଳିତ ଚଢ଼ାଉ ଓ ଯାଞ୍ଚ ଅଭିଯାନ ଜାରି ରହିବ ବୋଲି ଏହି ମିଳିତ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ଏହି ଯାଞ୍ଚ ଅଭିଯାନରେ ଡ୍ରଗ ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ନାୟକ, କୁଲିଅଣା ଅବ JNକାରୀ ଏଏସଆଇ ତପନ ସାହୁ, ଅଣ ସଂକ୍ରାମକ ପରାମର୍ଶ ଦାତା ଜିଲ୍ଲା ଚିକିତ୍ସାଳୟ ନିହାର ରଞ୍ଜନ ପୃଷ୍ଟି ଏବଂ ଚାନ୍ଦୁଆ ଥାନାର ପୋଲିସ ବଳ ପ୍ରମୁଖ ସାମିଲ୍ ଥିଲେ ।

Leave A Reply

Your email address will not be published.