ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ରେ ଥିବା ଅସ୍ଥାୟୀ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ମାନ୍ୟବର ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।
ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ଉନ୍ନତି ପାଇଁ ଏହି ବୈଠକ ହେଉଥିବା ବେଳେ , ଏହା ପୂର୍ବରୁ ୨୦୨୪ରେ ଏହି ବୈଠକ ହେଇଥିଲା ଦୁଇ ବର୍ଷ ବ୍ୟବଧାନରେ ପୁଣି ବୈଠକ ହେଲେ କିଭଳି ଉନ୍ନତି ଓ ସମସ୍ୟା ର ସମାଧାନ କରିବେ ବୋଲି ବିଧାୟକ ସ୍ବାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଙ୍କୁ ପଚାରିଥିଲେ। ଏହି ସ୍ଥାନୀୟ ସ୍ଵାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା ଭିତରେ ଥିବାବେଳେ, ନୂତନ ଭାବେ ୧୮ କୋଟି ଟଙ୍କା ବ୍ୟୟ ରେ ନିର୍ମାଣ ଚାଲିଥିବା ସ୍ବାସ୍ଥ୍ୟ କେନ୍ଦ୍ର କୁ ଅଚାନକ ଗ୍ରସ୍ତ କରୁଥିଲେ ବିଧାୟକ। ତୁରନ୍ତ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସଂସ୍ଥା କର୍ମଚାରୀ ଙ୍କୁ ଡାକିଥିଲେ। ଏହି କୋଠା ନିର୍ମାଣ ଅତି ନିମ୍ନମାନର ହୋଇଥିବାରୁ , ଠିକାଦାର ସଂସ୍ଥା ଓ ଯନ୍ତ୍ରୀଙ୍କୁ ଉଚ୍ଚଧରଣ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ।
ଏହି କାର୍ଯକ୍ରମ ରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍ ବୀରରାଜୁ , ଗୋଷାଣୀ ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ର ସଦସ୍ୟ ଅଂଶୁମାନ ନାୟକ , ଜିଲ୍ଲା ପରିଷଦ ଏସ ବାଲରାଜୁ , ସ୍ବାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଫିସର ଡ. ସୁମନ କୁମାର ସେଠୀ , ସ୍ଥାନୀୟ ଗ୍ରାମ ବାସି ଅଭିମନ୍ୟୁ ପରିଡ଼ା , ଗ୍ରାମ ବାସି ମୋନମନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post