ନବରଙ୍ଗପୁର:22/05/2026,ଜିଲ୍ଲା ଶିକ୍ଷା ଓ ଶିକ୍ଷା ନିରୀକ୍ଷକ ସଂଘର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟକ୍ଷ ଗଣ ଜିଲ୍ଲା ମଙ୍ଗଳ ଅଧିକାରୀ ପାଲାକା ରବୀନ୍ଦ୍ର ଏବଂ ଜିଲ୍ଲା ଆଦିବାସୀ ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁଙ୍କ ପଦନ୍ନୋତି ନିମନ୍ତେ ଉଭୟ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଏହି ଅବସରରେ ଜିଲ୍ଲା ସଂଘ ପକ୍ଷରୁ କାର୍ଯ୍ୟକାରୀ ସମ୍ପାଦକ ସତ୍ୟ ନାରାୟଣ ପାତ୍ର, ମିଡିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ଶୁଭେନ୍ଦୁ ବେହେରା, ପ୍ରଧାନ ଶିକ୍ଷକ ହୃଷୀକେଶ ମିଶ୍ର, ପଙ୍କଜ ଚୌଧରୀ, ପ୍ରଫୁଲ୍ଲ ସାହୁ, ପ୍ରଶାନ୍ତ ଜେନା, ଅଜୟ ପାଣିଗ୍ରାହୀ, ଫ୍ରାନ୍ସିସ୍ ନାଗ , ସଂଘର ସମ୍ପାଦକ ବିଶ୍ୱଜିତ୍ ମହାରଣା, ଅଧ୍ୟାପକ ସନ୍ତୋଷ ଷଡ଼ଙ୍ଗୀ , ତ୍ରିପତି ମାଳି ସମେତ ସଂଘର ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ ଓଡ଼ିଶା ସରକାର ଙ୍କ ଚିଠି ସଂଖ୍ୟା ୧୧୬୨୨ ଅନୁଯାୟୀ ଶ୍ରୀ ପାଲକା ଜିଲ୍ଲା ମଙ୍ଗଳ ଅଧିକାରୀ ଠାରୁ ପଦୋନ୍ନତି ପାଇ ଡେପୁଟି ଡାଇରେକ୍ଟର ହୋଇଥିବା ବେଳେ ଚିଠି ସଂଖ୍ୟା ୧୧୬୧୦ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ସାହୁ ଓଡ଼ିଶା ସରକାର ର ଆଦିବାସୀ ଉନ୍ନୟନ ବିଭାଗ ର ଏଡିସନାଲ ଡାଇରେ୍ଟର ପଦବୀ ରେ ପଦନ୍ନୋତି ପାଇଛନ୍ତି। ଏଇ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନ ର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଶୁଭେଛା ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.