’ ୩୧ ସୁଦ୍ଧା ହୋଲ୍ଡିଂ ଟ୍ୟାକ୍ସ ଦେଇ ୧୦ ପ୍ରତିଶତ ରିହାତି ପାଆନ୍ତୁ

0 1

“ଯାହା କାଲି କରିବେ, ତାହା ଆଜି କରନ୍ତୁ” — ଓଡ଼ଗାଁ ଏନ୍‌ଏସି

ଓଡ଼ଗାଁ,୨୧।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଅଞ୍ଚଳବାସୀଙ୍କୁ ହୋଲ୍ଡିଂ ଟ୍ୟାକ୍ସ ସମୟ ମଧ୍ୟରେ ଦେବାକୁ ଆହ୍ୱାନ କରାଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ହୋଲ୍ଡିଂ ଟ୍ୟାକ୍ସ ଜମା କରିଲେ ସରକାରଙ୍କ ଘୋଷଣା ନାମା ଆଧାରରେ ଟିକସଦାତାମାନେ ୧୦ ପ୍ରତିଶତ ରିହାତି ସୁବିଧା ପାଇପାରିବେ। ଏହି ସୁବିଧା ଏନ୍‌ଏସି ଅଞ୍ଚଳରେ ବସବାସ କରୁଥିବା ପରିବାର ସହ ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ପାଇଁ ଲାଗୁ ହେବ। ଟିକସଦାତାମାନେ ଅନଲାଇନ ‘ସୁଯୋଗ’ ପୋର୍ଟାଲ ମାଧ୍ୟମରେ କିମ୍ବା ସିଧାସଳଖ ଏନ୍‌ଏସି କାର୍ଯ୍ୟାଳୟର ଟିକସ ଆଦାୟ ବିଭାଗରେ ଟ୍ୟାକ୍ସ ଜମା କରିପାରିବେ। ଜଣେ ଟିକସଦାତାଙ୍କ କହିବାନୁସାରେ “ଯେହେତୁ ଟ୍ୟାକ୍ସ ଦେବା ନିଶ୍ଚିତ, ତେବେ ପୂର୍ବରୁ ଦେଇ ୧୦ ପ୍ରତିଶତ ରିହାତି ସୁବିଧା କାହିଁକି ନ ନେବା?”
ଏନ୍‌ଏସିର ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ଯେ, ଅଞ୍ଚଳବାସୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ହୋଲ୍ଡିଂ ଟ୍ୟାକ୍ସ ଦେଇ ଏହି ରିହାତି ସୁବିଧାର ଲାଭ ଉଠାନ୍ତୁ।

Leave A Reply

Your email address will not be published.