ପୋଖରୀରୁ ଯୁବକର ମୃତ ଦେହ ଉଦ୍ଧାର

0 1

ବସ୍ତା ୨୧/୫:ବେଲଗାଁ ନିକଟ ରେଳ ଲାଇନ କଡ଼ ପୋଖରୀରୁ ଯୁବକର ଗଳିତ ମୃତ ଦେହ ଉଦ୍ଧାର।ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସନ୍ତୋଷପୁର ପଞ୍ଚାୟତର ସନ୍ତୋଷପୁର ଗ୍ରାମର ସାମ ମୁର୍ମୁ, ଗତକାଲି ଅପରାହ୍ଣରୁ ଘରୁ ବାହାରି ଯାଇ ଥିଲେ।ହେଲେ ସାମ ମୂର୍ମୁ ସନ୍ଧ୍ୟା ପର୍ଯ୍ଯନ୍ତ ଘରକୁ ନ ଫେରିବାରୁ  ପରିବାର ଲୋକେ ଚାରିଆଡେ ଖୋଜା ଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ପାଇ ପାରି ନ ଥିଲେ। ଆଜି ସକାଳ ସମୟରେ କୁଳିଦା ପଞ୍ଚାୟତ ବେଲଗାଁ ସ୍ଥିତ ରେଳଲାଇନ ପାର୍ଶ୍ବରେ ଥିବା ଏକ ପୋଖରୀରେ ଯୁବକର ମୃତ ଦେହ ଭାସୁ ଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି। ତେବେ ଏହା ହତ୍ୟା କି ଆତ୍ମହତ୍ୟା ବ୍ୟବଚ୍ଛେଦ ପରେ ଯଣାପଡିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.