ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ : ଉଚ୍ଚ ମାଧ୍ୟମିକ ପରୀକ୍ଷା ଫଳ ୨୦୨୬

0 1

ବିଜ୍ଞାନରେ ସତ୍ୟ ଧର୍ମ ଓ କଳାରେ ଓମିଶଭ ପ୍ରଥମ,

ଓଡ଼ଗାଁ, ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ବିଜ୍ଞାନ ବିଭାଗରେ ୫୮୨ ନମ୍ବର ରଖି ସତ୍ୟ ଧର୍ମ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୭୮ ନମ୍ବର ରଖି ନନ୍ଦିନୀ ସାହୁ ଦ୍ବିତୀୟ ଏବଂ ୫୭୬ ନମ୍ବର ରଖି ସତ୍ୟଜିତ୍ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ସେହିପରି କଳା ବିଭାଗରେ ୫୫୮ ନମ୍ବର ରଖି ଓମିଶଭ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୫୩୧ ନମ୍ବର ରଖି ପ୍ରିୟଙ୍କା ମହାପାତ୍ର ଦ୍ବିତୀୟ ଏବଂ ୫୨୫ ନମ୍ବର ରଖି ପୂଣ୍ୟତୋୟା ବାରିକ ତୃତୀୟ ସ୍ଥାନ ଅଧିକାର କରି ମହାବିଦ୍ୟାଳୟ ପାଇଁ ଗୈ।ରବ ଆଣି ଦେଇଛନ୍ତି। ବୁଧବାର ଅପରାହ୍ନରେ ଓଡ଼ିଶା ରାଜ୍ୟ ଉଚ୍ଚମାଧ୍ୟମିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଜ୍ଞାନ ବିଭାଗରେ ଓଡ଼ଗାଁ କଲେଜରୁ ପ୍ରଥମ ଶ୍ରେଣୀରେ ୧୫୧, ଦ୍ବିତୀୟ ଶ୍ରେଣୀରେ ୧୯ ଏବଂ ତୃତୀୟ ଶ୍ରେଣୀରେ ୧ ଜଣ ମୋଟ ୧୭୮ ଜଣ ନିୟମିତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ୧୭୧ ଜଣ ଉତିନ୍ନ ହୋଇଥିବାରୁ ପାସହାର ଶତକଡ଼ା ୯୬ ରହିଛି। ସେହିପରି କଳା ବିଭାଗରେ ପ୍ରଥମ ଶ୍ରେଣୀରେ ୧୧୫, ଦ୍ବିତୀୟ ଶ୍ରେଣୀରେ ୯୦ ଏବଂ ତୃତୀୟ ଶ୍ରେଣୀରେ ୧୪୧ ମୋଟ ୪୦୪ ରୁ ୩୪୬ ଜଣ ଛାତ୍ରଛାତ୍ରୀ ଉତିନ୍ନ ହୋଇଥିବା ବେଳେ ପାସହାର ୮୫.୬୪ ରହିଛି । ଛାତ୍ରଛାତ୍ରୀ ମାନଙ୍କର ସଫଳତା ପାଇଁ ମହାବିଦ୍ୟାଳୟ ଅଧ୍ୟକ୍ଷ ରାଜକିଶୋର ସାହୁ, ଅଧ୍ୟାପିକା ଅଧ୍ୟାପକ ଏବଂ ଅଭିଭାବକ ମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଏବଂ ଆନନ୍ଦ ସାହୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କୋମଣ୍ଡର ବିଜ୍ଞାନ ବିଭାଗରେ ୪୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୪ ଜଣ ଏବଂ କଳା ବିଭାଗରେ ପରୀକ୍ଷା ଦେଇଥିବା ୧୦୩ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୦୩ ଜଣ ପାସ୍ ହୋଇଛନ୍ତି। ଉତ୍ତମ ସଫଳତା ପାଇଁ ଅଧ୍ୟକ୍ଷ ସୁରେଶ ମିଶ୍ର, ଅଧ୍ୟାପିକା ଅଧ୍ୟାପକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Leave A Reply

Your email address will not be published.