-
ବାସୁଦେବପୁର ବିଧାନସଭା ଉନ୍ନୟନ କମିଟି ବୈଠକରେ ଜିଲ୍ଲାର ବିକାଶ ଓ ସରକାରୀ ଯୋଜନା ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
-
ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ବିଧାୟକଂ ନିର୍ଦ୍ଦେଶ
ବାସୁଦେବପୁର, ୨୦/୦୫ : ବାସୁଦେବପୁର ବିଧାନ ସଭା ଉନ୍ନୟନ କମିଟି (ACDC) ବୈଠକ ବାସୁଦେବପୁର ବିଧାୟକ ତଥା ACDC ଅଧ୍ୟକ୍ଷ ଶ୍ରୀ ଅଶୋକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବାସୁଦେବପୁର ନିର୍ବାଚନମଣ୍ଡଳୀର ବିକାଶମୂଳକ କାର୍ଯ୍ୟ, ଚାଲୁଥିବା ସରକାରୀ ଯୋଜନାର ଅଗ୍ରଗତି ଓ ପ୍ରଶାସନିକ ସମନ୍ୱୟ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରାଯାଇଥିଲା ।
ସଭାରେ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅବନ୍ତି ଦାସ , ଜିଲ୍ଲା ମୁଖ୍ଯ ଉନ୍ନୟନ ଅଧିକାରୀ, ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଉପନିର୍ଦ୍ଦେଶକ (ଯୋଜନା ଓ ପରିସଂଖ୍ୟାନ) ଶ୍ରୀ ପ୍ରହ୍ଲାଦ ରଣା, ବ୍ଲକ ଉନ୍ନୟନ ଅଧିକାରୀ ,ବାସୁଦେବପୁର ଶ୍ରୀମତୀ ତନ୍ମିତା କର, ବ୍ଲକ ଉନ୍ନୟନ ଅଧିକାରୀ ,ତିହିଡ଼ି ଶ୍ରୀ ନିରଞ୍ଜନ ବାରିକ ଏବଂ ବାସୁଦେବପୁର ତହସିଲଦାର ଶ୍ରୀ ପ୍ରିୟବ୍ରତ ଦାସ ଉପସ୍ଥିତ ଥିଲେ ।
ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରଖି ସରକାରୀ ଯୋଜନାର ସୁଫଳ ସାଧାରଣ ଲୋକଙ୍କ ପାଖରେ ସୁଚାରୁ ଭାବେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଭାଗକୁ ବକେୟା ଥିବା କାର୍ଯ୍ୟଗୁଡ଼ିକୁ ଶୀଘ୍ର ସମାପ୍ତ କରିବା ସହ ଉନ୍ନୟନ କାର୍ଯ୍ୟରେ ଅଧିକ ତ୍ୱରାନ୍ୱିତତା ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଜନସାଧାରଣଙ୍କ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସମସ୍ତ ବିଭାଗକୁ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା ।
ବିଶେଷକରି ଆର୍ ଆଣ୍ଡ ବି ବିଭାଗ, ଶିକ୍ଷା ଓ ପାନୀୟଜଳ ବିଭାଗ, ଡ୍ରେନେଜ ଓ ଇଲେକ୍ଟ୍ରିକାଲ ବିଭାଗକୁ ବକେୟା କାମଗୁଡ଼ିକୁ ଶୀଘ୍ର ସମ୍ପନ୍ନ କରିବା ପାଇଁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ବିଭାଗ , ଭଦ୍ରକର ଆର୍ଥିକ ବିଶେଷଜ୍ଞ ଡ଼ଃ ଭଗବାନ ବାରିକ, SEI ଶ୍ରୀ ଭୋଳାନାଥ ରାଉଳ ଓ ଶ୍ରୀ ହରିହର ଗୁଇନ ସଭା ପରିଚାଳନାରେ ସହଯୋଗ କରିଥିଲେ ।