ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ; ୧୭ ଜଣ ଅବସରପ୍ରାପ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କୃତୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ

0 1

କୁଚିଣ୍ଡା/ବାମରା, ୨୦।୫ : ବ୍ଲକ ଅନ୍ତର୍ଗତ ଜରାବଗା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ଭବ୍ୟ ‘ସମର୍ପଣ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଚଳିତ ବର୍ଷ ଶିକ୍ଷା କ୍ଷେତ୍ରରେ ନିଜର ସେବା ସାଙ୍ଗ କରି ଅବସର ଗ୍ରହଣ କରିଥିବା ବାମରା ବ୍ଲକର ୧୭ ଜଣ ଶିକ୍ଷକ ସର୍ବଶ୍ରୀ ଲୋଚନ ମେହେର, ରାଜ କିଶୋର ସାହୁ ,ବିରେନ୍ଦ୍ର ବିଶି, ଶରତ କୁମାର ପଟେଲ, ବଲ୍ଲଭି ପଟେଲ ,ଭଗବତୀ ପଟେଲ ,ଉମେଶ ଚନ୍ଦ୍ର ଦଳେଇ ଅଶୋକ କୁମାର ପଟେଲ ,କୈଳାଶ ଚନ୍ଦ୍ର ପଟେଲ, ଭୁବନେଶ୍ୱର ସାହୁ ବାସୁଦେବ ସେନାପତି ,ମୁକ୍ତା ପଟେଲ, ଜୟମଙ୍ଗଲ ପଟେଲ ପିର୍ଭୁ କିସାନ କୁବେର ଚରଣ ପ୍ରଧାନ ଦିଲ୍ଲୀପ କୁମାର ଚୌଧୁରୀ ଅକ୍ଷୟ କୁମାର ସାହୁ ଓ ଶିକ୍ଷୟିତ୍ରୀଙ୍କୁ ଏକକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ପଞ୍ଚାୟତିରାଜ,ପାନୀୟ ଜଳ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀଯୁକ୍ତ ରବିନାରାୟଣ ନାଏକ, ଶ୍ରୀଯୁକ୍ତ ବିଭୂତି କଲ୍ୟାଣ ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଞ୍ଚାସୀନ ହୋଇଥିଲେ। ଜରାବଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ କିସାନଙ୍କ ସଭାପତିତ୍ୱ ରେ ବାମରା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ (BEO) ସୁଶ୍ରୀ ଗୀତା ପ୍ରଧାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀ କିଶୋର କୁମାର ଅର୍କ ଏବଂ ଦାୟିତ୍ୱାଧୀନ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହୃଦାନନ୍ଦ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚ ଅଳଙ୍କୃତ କରିଥିଲେ। ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଶିକ୍ଷାଦାନ ଓ ସମାଜ ଗଠନରେ ଥିବା ଅତୁଳନୀୟ ଅବଦାନକୁ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କର ସୁସ୍ଥ ଓ ନିରାମୟ ଦୀର୍ଘ ଜୀବନ କାମନା କରିଥିଲେ। ଶିକ୍ଷକମାନଙ୍କ ବିଦାୟ ସମ୍ବର୍ଦ୍ଧନା ପରେ, ଚଳିତ ୨୦୨୫ – ୨୬ ଶିକ୍ଷା ବର୍ଷର ଦଶମ ଶ୍ରେଣୀ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ବ୍ଲକ ତଥା ବିଦ୍ୟାଳୟ ପାଇଁ ଗୌରବ ଆଣିଥିବା କୃତୀ ଛାତ୍ରଛାତ୍ରୀ—ସତ୍ୟଜିତ୍ ଦାସ, ତନୟା ନାୟକ, ତନୁଜା ନାୟକ ଓ ଜିଜ୍ଞାସା ଦାସ ଙ୍କୁ ମଞ୍ଚରେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାମରା ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ, ସ୍ଥାନୀୟ ଭଦ୍ରବ୍ୟକ୍ତି ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ସଭାରେ ସି ଆର୍ ସି ସି ସଞ୍ଜୟ କୁମାର ପଟେଲ ଅଶୋକ କୁମାର ପଟେଲ ମଧ୍ୟ ଉପସ୍ଥିତ ଥିଲେ । ସଞ୍ଜୟ କିସାନ, ଦୟାନିଧି ଡୁଡୁମ୍,
ରମେଶ ଧୁରୁଆ, ରହିତ ନାଏକ,
ମିଲି ନାଏକ ଉପସ୍ଥିତି ଏହି ସହଯୋଗ କରିବା ସହ ଶିକ୍ଷକ ସଞ୍ଜୟ କୁମାର ସାହୁ, ସୁବୋଧ ପଟେଲ, ସୁଦୀପ୍ତ ପଟେଲ ଉପସ୍ଥିତ ଥିଲେ ।

Leave A Reply

Your email address will not be published.