ଖାଲରେ ବୁଡି ଯୁବକଙ୍କ ମୃତ୍ୟୁ

0 1

ମୟୂରଭଞ୍ଜ ରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ :ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଶିର୍ଷା ପଞ୍ଚାୟତ ଅଧିନରେ ଥିବା ନେଦା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ,✓ଉମେଶ ଚନ୍ଦ୍ର ମହାପାତ୍ରଙ୍କ ପୁତ୍ର ଗୌତମ ମହାପାତ୍ର(୫୩) ଭୋର ସକାଳୁ କଡିଆ ଖାଳକୁ ଶୌଚ କରିବାକୁ ଯାଇ ଥିବା ବେଳେ ନିୟନ୍ତ୍ରଣ ହରାଇ ପଥର ଉପରେ ତାଙ୍କ ଗୋଡ଼ ଖସି ଯିବାରୁ ସେ ତଳେ ପଡିଯାଇ ଥିଲେ । ତଳେ ପଡିଯିବାରୁ ପଥରରେ ପିଟି ହୋଇ ଚେତା ଶୁନ୍ୟ ଅବସ୍ଥାରେ ପାଣିକୁ ଖସି ପଡ଼ିଥିଲେ । ତେବେ ଉକ୍ତ ଗ୍ରାମର କିଛି ଲୋକ ଶୌଚ କରିବାକୁ ସେହି ସ୍ଥାନକୁ ଯାଇଥିବା ବେଳେ ଗୌତମଙ୍କୁ ସେହି ସ୍ଥାନରେ ପାଣିରେ ଭାସୁ ଥିବାର ଦେଖି ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଉକ୍ତ ସ୍ଥାନକୁ ଆସି ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶୀର୍ଷା କୁ ଚିକିତ୍ସା ପାଇଁ ଆଣିଥିଲେ । ତେବେ ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ। ଗୌତମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ସ୍ରାବ ହେବାର ଦେଖିବାକୁ ମିଳିଥିଲା। କିନ୍ତୁ ସ୍ଥାନୀୟ ଝାର ପୋଖରିଆ ପୋଲିସ କୁ ବାରମ୍ବାର ଖବର ଦେଇଥିଲେ ସୁଦ୍ଧା ପୋଲିସ ନ ପହଞ୍ଚିବାକୁ ନେଇ ପରିବାର ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଏ ଏସ ଆଇ ଗଦାଧର ଭୋଇ ଡାକ୍ତରଖାନା କୁ ପହଞ୍ଚି ଥାନା କେଶ ନମ୍ବର ୧୯/୨୬ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା ଡାକ୍ତରଖାନା କୁ ପଠାଇଥିଲେ ।

Leave A Reply

Your email address will not be published.