ବାଲେଶ୍ୱର ଜିଲ୍ଲା ଖଇରା ଜୁନିୟର ମାଇନିଂ ଅଧିକାରୀଙ୍କୁ ଗତ ରାତିରେ ଆକ୍ରମଣ କରିବା ସହ ଗାଡିକୁ ପଥର ଫିଙ୍ଗିବା ସହ ଗାଡ଼ିର କାଚ ଭାଙ୍ଗିଲେ ମୋରମ୍ ମାଫିଆ।କୁପାରି ଅଞ୍ଚଳରେ ରାତିରେ ମୋରମ ଚୋରା ଚାଲାଣ ହେଉଥିବା ବେଳେ ଖବର ପାଇ ଖଇରା ଜୁନିୟର ମାଇନିଂ ଅଧିକାରୀ ଅଭିଷେକ ବେହେରା ୨ଜଣ ପୋଲିସ୍ କର୍ମଚାରୀଙ୍କୁ ନେଇ ପେଟ୍ରୋଲିଂରେ ଯିବା ସମୟରେ ଗୋଟିଏ କାର ଏବଂ ୨ଟି ବାଇକରେ ମୋରମ ମାଫିଆମାନେ ଆସି ସୁନ୍ଦରପୁର ଛକ ନିକଟରେ ଗାଡିକୁ ପଥର ଫିଙ୍ଗିବା ସହ ଗାଡିକୁ ଅଟକାଇ ଗାଡ଼ିର କାଚ ଭାଙ୍ଗିବା ସହ ଆକ୍ରମଣ କରିଥିଲେ।ଅଧିକାରୀ ନିଜକୁ ବଞ୍ଚାଇବାକୁ ଗାଡ଼ିଟିକୁ ନେଇ ସିଧା ଖଇରା ଥାନାକୁ ଆସିଥିଲେ।ମୋରମ୍ ମାଫିଆ ମାନେ ପଛେ ପଛେ ଆସି ଥାନା ସମ୍ମୁଖରେ ଅଧିକାରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇ ପଳାଇ ଯାଇଥିଲେ।ଏ ନେଇ ମାଇନିଂ ଅଧିକାରୀ ଖଇରା ଥାନାରେ ସୂଚନା ଦେବା ସହ ଉପରିସ୍ତ ଅଧିକାରୀଙ୍କୁ ଜଣାଇଥିଲେ।ପରେ ନୀଳଗିରି ଏବଂ ସୋର ଜୁନିୟର ମାଇନିଂ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି …
Sign in
Sign in
Recover your password.
A password will be e-mailed to you.