ବ୍ଲକ ଅଧ୍ୟକ୍ଷ କିଶୋରଙ୍କ ବିରୁଦ୍ଧରେ ଆସିବ ଅନାସ୍ଥା

0 2

ନୟାଗଡ଼,୧୫ା୫(): ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜୁ ଜନତା ଦଳରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେ ଆଜି ବିଜେପି ମିଶିଛନ୍ତି। କିଶୋରଙ୍କ ସହିତ ଜଣେ ବି ସରପଞ୍ଚ, ସମିତି କି କର୍ମୀ ବିଜେପିରେ ମିଶିବାକୁ ରାଜି ହୋଇ ନାହାନ୍ତି। କିଶୋର ବିଜେଡିରୁ ଇସ୍ତଫା ଦେବା ପରେ ତାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିବାକୁ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ନୟାଗଡ଼ ବ୍ଲକର ଅନେକ ସରପଞ୍ଚ ଓ ସମିତିସଭ୍ୟ ଅନାସ୍ଥା ପାଇଁ ରଣନୀତି ଚୂଡ଼ାନ୍ତ କରିଛନ୍ତି। ୪୫ରୁ ଉର୍ଦ୍ଧ୍ୱ ସମିତି ଓ ସରପଞ୍ଚ ଅନାସ୍ଥା ଆଣିବାକୁ ଦସ୍ତଖତ କରି କାଗଜପତ୍ର ପ୍ରସ୍ତୁତି କରି ସାରିଛନ୍ତି। ଆସନ୍ତା ସୋମବାର ଅନସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବା ସମ୍ଭାବନା ରହିଛି। ନୟାଗଡ଼ ବ୍ଲକ ଅଧ୍ୟକ୍ଷ ବିଜେଡିରୁ ଇସ୍ତଫା ଦେବା ସହ ନିଜ ଶକ୍ତି ପଦର୍ଶନ କରିବାକୁ ଯୋଜନା କରିଥିଲେ। ସେହି ଯୋଜନା ଫସର ଫାଟିଛି।

Leave A Reply

Your email address will not be published.