ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗର ଶୁଭାରମ୍ଭ.

0 2

ସଞ୍ଜୁତା ଗାର୍ମେଣ୍ଟସ ପକ୍ଷରୁ ଖେଳାଳିଙ୍କୁ ଉତ୍ସାହ, ଯୁବ ନେତା ମନୋଜ ନାଏକଙ୍କ ପ୍ରଶଂସନୀୟ ପଦକ୍ଷେପ

କାଶୀପୁର,ତା ୧୫/୦୫ : କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମରେ “ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗ”ର ଶୁଭାରମ୍ଭ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳରେ କ୍ରିକେଟ ପ୍ରତି ଯୁବକମାନଙ୍କ ଆଗ୍ରହକୁ ଆହୁରି ଆଗକୁ ବଢ଼ାଇବା ଲକ୍ଷ୍ୟରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ଦିନରେ କାତିକମନ ସହ ସୁରୁଗୁଂଜା ମଧ୍ୟରେ ଖେଳ ଆରମ୍ଭ ହେଇଥିଲା ଓ ପ୍ରଥମ ଦିନରୁ  ବହୁ ସଂଖ୍ୟାରେ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
ଏହି କ୍ରିକେଟ ଖେଳ କୁ ଆକର୍ଷଣୀୟ କରିବାରେ ଚାନ୍ଦଗିରି ଗ୍ରାମର ଯୁବମାନଙ୍କ ସହଯୋଗ ସହିତ ସଞ୍ଜୁତା ଗାର୍ମେଣ୍ଟସର ବିଶେଷ ଭୂମିକା ଦେଖିବାକୁ ମିଳିଥିଲା। ଅଞ୍ଚଳରେ ହେଉଥିବା ବିଭିନ୍ନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ସଦା ଖେଳାଳିଙ୍କୁ ଉତ୍ସାହିତ କରୁଥିବା ସଞ୍ଜୁତା ଗାର୍ମେଣ୍ଟସ ପକ୍ଷରୁ ଏଥର ମଧ୍ୟ ଖେଳାଳିମାନଙ୍କ ପାଇଁ ଜର୍ସି ପ୍ରଦାନ କରାଯାଇଥିଲା। ଏହାକୁ ନେଇ ଯୁବକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା।
ଚନ୍ଦ୍ରଗିରି ପଞ୍ଚାୟତର କଂଗ୍ରେସ ଯୁବ ନେତା ମନୋଜ ନାଏକ ଖେଳ ମାଧ୍ୟମରେ ଯୁବପିଢ଼ୀଙ୍କୁ ଏକତ୍ର କରିବା ଓ ଗ୍ରାମୀଣ କ୍ରୀଡ଼ା ପ୍ରତିଭାକୁ ଆଗକୁ ଆଣିବା ପାଇଁ ନିରନ୍ତର ପ୍ରୟାସ କରୁଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳବାସୀ ଓ ଖେଳାଳିମାନେ ପ୍ରଶଂସା କରିଛନ୍ତି।
ଉଦ୍ଘାଟନୀ କାର୍ଯ୍ୟକ୍ରମରେ କଂଗ୍ରେସ ଯୁବ ନେତା ମନୋଜ କୁମାର ନାଏକ,କଂଗ୍ରେସ ପଞ୍ଚାୟତ ସଭାପତି ବିଶ୍ୱନାଥ ମାଝୀ, ରାଜେନ୍ଦ୍ର ନାଏକ,ଅନ୍ତ ମାଝୀ ସରପଞ୍ଚ, ବିଜୟ କୁମାର ନାଏକ,ଭୀମ ନାଏକ ଓ ଚାନ୍ଦଗିରି ଗ୍ରାମର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ। ସମଗ୍ର ଅଞ୍ଚଳରେ ବର୍ତ୍ତମାନ କ୍ରିକେଟର ମାହୋଲ ସୃଷ୍ଟି ହୋଇଥିବା ବେଳେ ଆଗାମୀ ମ୍ୟାଚଗୁଡ଼ିକୁ ନେଇ ଦର୍ଶକମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଉଛି।

Leave A Reply

Your email address will not be published.