ଝାରସୁଗୁଡା ପ୍ରିମିୟମ ଲିଗ୍‌ର ଆରମ୍ଭ ଆସନ୍ତା ୧୬ ରୁ : ଆଇପିଏଲ୍ ଢଂଗରେ ହେବ ଆୟୋଜନ

0 2

ଝାରସୁଗୁଡା, ୧୫ ମେ : ଝାରସୁଗୁଡାରେ ପ୍ରଥମଥର ପାଇଁ “ଝାରସୁଗୁଡା ପ୍ରିମିୟମ ଲିଗ୍” ନାମରେ ଏକ ବୃହତ୍ ଡେ-ନାଇଟ୍ କ୍ରିକେଟ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଆଜି ସ୍ଥାନୀୟ ଏକ ହୋଟେଲରେ ଝାରସୁଗୁଡା ପ୍ରୀମୀୟର ଲିଗ୍ ଆୟାଜକ ତରଫରୁ ଏକ ସାମ୍ବାଦିକ ସମ୍କୁମଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥରେ ରେଶବ ସିଂ , ୟାସିନ କ୍ୟୁରେସି , ପୁଷ୍କର ରାଜ ପ୍ରତିକ ଯାଦବ ଓ ଚନ୍ଦ୍ର କିରଣ ଉପସ୍ଥିତ ଥିଲେ।

ଏହି ପ୍ରତିଯୋଗିତାରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରୁଥିବାବେଳେ ୧୫ ଜଣିଆ ଦଳ ଗଠନ କରାଯାଇଛି। ସମସ୍ତ ଖେଳାଳି ଝାରସୁଗୁଡା ଜିଲ୍ଲାର ହେବା ସହ ଦଳ ପିଛା ଝାରସୁଗୁଡା ବାହାରରୁ ସର୍ବାଧିକ ୩ ଜଣ ଖେଳାଳିଙ୍କୁ ରଖିବାକୁ ଅନୁମତି ଦିଆଯାଇଛି।

ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ ଓ ଫାଇନାଲ୍ ମ୍ୟାଚ୍ ରାତିରେ ଅନୁଷ୍ଠିତ ହେବା ସହ ଫାଇନାଲ୍ ମ୍ୟାଚ୍ ୨୪ ତାରିଖରେ ଖେଳାଯିବ। ଅନ୍ୟ ସମସ୍ତ ମ୍ୟାଚ୍ ଡେ-ନାଇଟ୍ ଫର୍ମାଟରେ ହେବ। ମ୍ୟାଚ୍‌ଗୁଡିକ ଦୁପର ୩.୩୦ ଓ ସନ୍ଧ୍ୟା ୭.୩୦ରେ ଆରମ୍ଭ ହେବ।

ଆୟୋଜକମାନେ କହିଛନ୍ତି ଯେ, ଜିଲ୍ଲାର ଛିପିଥିବା କ୍ରିକେଟ୍ ପ୍ରତିଭାକୁ ଆଗକୁ ଆଣିବା ହେଉଛି ଏହି ଲିଗ୍‌ର ପ୍ରମୁଖ ଉଦ୍ଦେଶ୍ୟ। ଆଇପିଏଲ୍ ଢଂଗରେ ଖେଳାଳିମାନଙ୍କର ଅକ୍ସନ୍‌ ମଧ୍ୟ କରାଯାଇଥିଲା। ଏଥିପାଇଁ ପ୍ରାୟ ୨୦୦ ଜଣ ଖେଳାଳି ଅଂଶଗ୍ରହଣ କରିଥିଲେ।

ଏହି ଅକ୍ସନ୍‌ରେ ସନ୍ତୋଷ ଯାଦବ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଆର୍ୟନ ଡିସି ଦଳରେ ସ୍ଥାନ ପାଇଛନ୍ତି। ଆଇପିଏଲ୍‌ର ସମସ୍ତ ନିୟମକୁ ଅନୁସରଣ କରି ଏହି ଲିଗ୍‌ର ଆୟୋଜନ କରାଯାଉଥିବା ଆୟୋଜକମାନେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.