ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି।
ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀଙ୍କ ନେତୃତ୍ବରେ ଶତାଧିକ ନେତା ଓ କର୍ମୀ ମହେନ୍ଦ୍ର ତନୟା ନଦୀ ତଟରେ ତିଳ ତର୍ପଣ ଅର୍ପଣ କରିବା ପରେ କଲେଜ ଛକ ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଏହାପରେ ବିଜୁବାବୁଙ୍କ ସ୍ମୃତି ଚାରଣ ନିମନ୍ତେ ଜିଲ୍ଲା ବିଜେଡ଼ି କାର୍ଯ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସର ରେ କାଶୀନଗର ବ୍ଲକ ଓ ଗୋଷାଣୀ ବ୍ଲକ ଅଞ୍ଚଳ ର ଶତାଧିକ ଲୋକ ବିଜେଡି ରେ ସାମିଲ ହୋଇଥିଲେ।
ଏଇ କାର୍ଯ୍ୟକ୍ରମ ରେ ବିଧାୟକ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ସମସ୍ତ ଅଧ୍ୟକ୍ଷ , ଅଧ୍ୟକ୍ଷା , ସରପଞ୍ଚ ସମିତି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.