ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ରାଜଧାନୀ ଗୌରବ ସମ୍ମାନ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଅଙ୍କସାହି ବାସିନ୍ଦା ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରଶାନ୍ତ ପାଢୀଙ୍କୁ ଓଡିଶାର ମହାମହିମ ରାଜ୍ୟପାଳ ଡ.ହରିବାବୁ କମ୍ଭମ୍ପତି ରାଜଧାନୀ ପ୍ରତିଷ୍ଠା ଦିବସରେ “ରାଜଧାନୀ ଗୌରବ”ରେ ସମ୍ମାନିତ କରିଛନ୍ତି।
ଦୀର୍ଘ ୩ ଦଶନ୍ଧି ଧରି ବିଭିନ୍ନ ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେବା ସହ ଓଡିଶା କଳାକାର ହିସାବରେ ପ୍ରତିଷ୍ଠା ଲାଭ କରିଛନ୍ତି।ଓଡିଶାର କୋଣଅନୁକୋଣରୁ ତାଙ୍କର ଗୀତ ଶୁଣିବାପାଇଁ ସଂଗୀତ ପ୍ରେମୀ ଅପେକ୍ଷା କରିଥାନ୍ତି। ତାଙ୍କର ଏହି ବିରଳ ସମ୍ମାନରେ ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ , ପରଳାଖେମୁଣ୍ଡି ପୌର ପରିଷଦର ଅଧ୍ୟକ୍ଷା ନିର୍ମଳା ସେଠୀ , ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯଥା ଭକ୍ତି ସଂଗୀତ ସଂସଦ , ଜଗନ୍ନାଥ ଓଡିଶୀ କଳାକେନ୍ଦ୍ର , ସମଲେଇ ନୃତ୍ୟକଳା ପରିଷଦ , ଗଜପତି କଳା ପରିଷଦ , ଉତ୍କଳ ହିତୈଷିଣୀ ସମାଜ , କ୍ରିଏଟିଭ୍ ଆର୍ଟ୍ସ , ପ୍ରଗତି ମହିଳା ସଂଘ , ଆକାଂକ୍ଷା ମହିଳା ସଂଘର ସଦସ୍ୟ ଓ ସଦସ୍ୟାବୃନ୍ଦ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଭବ୍ୟ ସମାବେଶରେ ଅନ୍ୟାନ୍ୟ ମାନଙ୍କ ମଧ୍ଯରେ ରାଜ୍ଯ ଆଇନମନ୍ତ୍ରୀ ପ୍ରୁଥ୍ୱୀରାଜ ହରିଚନ୍ଦନ ଓ ଭୂବନେଶ୍ୱର ପୌରନିଗମର ମେୟର ସୁଲୋଚନା ଦାସ ଉପସ୍ଥିତ ଥିଲେ।

Leave A Reply

Your email address will not be published.