ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଅବସରରେ ଶୋଭାଯାତ୍ରା

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ଶ୍ରୀ ରାମ ନବମୀ ଅବସରରେ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା।
ଏହି ଶୋଭାଯାତ୍ରାଟି ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରୁ ବାହାରି ନଗର ପରିକ୍ରମା କରି ଜଗନ୍ନାଥ ମନ୍ଦିର ଠାରେ ପହଞ୍ଚିଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ସାମିଲ ହୋଇଥିଲେ।
ଏହି ଶୋଭାଯାତ୍ରାରେ ଜିଲ୍ଲା ତଥା ଜିଲ୍ଲା ବାହାର ର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ , ସମରକଳା , ବାଘ ନାଚ , ପାଇକ ଆଖଡ଼ା , ଆଦିବାସୀ ନୃତ୍ୟ ସମେତ ସୁସଜ୍ଜିତ ବିମାନରେ ରାମ , ଲକ୍ଷ୍ମଣ , ସୀତା , ହନୁମାନ ଆଦି ବେଶ ପକାଇ ନଗର ପରିକ୍ରମା କରିଥିଲେ। ଏହି ସମୟ ରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

Leave A Reply

Your email address will not be published.