ଶୋଭାଯାତ୍ରା କୁ ନେଇ ବିଧାୟକ ଶସ୍ତା ରାଜନୀତି କରୁଛନ୍ତି -ଦୀପାଳୀ ଦାସ

0 1

ଝାରସୁଗୁଡା, 28/3 : ଝାରସୁଗୁଡ଼ାର ପ୍ରସିଦ୍ଧ ଶ୍ରୀରାମ ନବମୀ ଶୋଭାଯାତ୍ରା ସମୟରେ ବିଭିନ୍ନ ବିଶୃଙ୍ଖଳା କୁନେଇ ପୂର୍ବତନ ବିଧାୟିକା ଦୀପାଳୀ ଦାସ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କୁ ସମାଲୋଚନା କରିଛନ୍ତି | ବିଧାୟକ ତ୍ରିପାଠୀ ଙ୍କୁ ତୀବ୍ର ସମାଲୋଚନା କରି ପୂର୍ବତନ ବିଧାୟିକା ଦୀପାଳୀ ଦାସ କହିଛନ୍ତି ଯେ, ନିଜର ଶସ୍ତା ଲୋକପ୍ରିୟତା ଓ ଶକ୍ତି ପ୍ରଦର୍ଶନ ପାଇଁ ବିଧାୟକ ତ୍ରିପାଠୀ ଝାରସୁଗୁଡ଼ାର ବର୍ଷ ବର୍ଷର ସାଂସ୍କୃତିକ ପରମ୍ପରାରେ ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ବିଧାୟକଙ୍କ ଶୋଭାଯାତ୍ରା ଯୋଗୁଁ ବିଭିନ୍ନ ଆଖଡ଼ା ଦଳ ନିଜର ପ୍ରଦର୍ଶନ ସମ୍ପୂର୍ଣ୍ଣ କରିପାରିଲେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି। ଯାହାଫଳରେ ଅଂଚଳବାସୀ ଶୋଭାଯାତ୍ରାକୁ ଉପଭୋଗ କରିପାରିଲେ ନାହିଁ I ଏପରିକି ଜନସାଧାରଣ ବିଧାୟକ ଙ୍କୁ ଦେଖିବାକୁ ଆସିନଥିଲେ ରାମନବମୀ ଶୋଭାଯାତ୍ରା ଦେଖିବାକୁ ଆସିଥିଲେ ବୋଲି ଦୀପାଳି କହିଛନ୍ତି |ଶୋଭାଯାତ୍ରା ସମୟରେ ହନୁମାନ ଅଭିନୟ କରୁଥିବା ଯୁବକ ଙ୍କୁ ତଳେ ବସାଇ ନିଜେ ଉପରେ ରହି ଧାର୍ମିକ ମନୋଭାବ କୁ ବିଧାୟକ ତ୍ରିପାଠୀ କ୍ଷୁର୍ଣ୍ଣ କରୁଥିଲେ |ଏହା ସହିତ ତାଙ୍କର ଶୋଭାଯାତ୍ରା ର ଆଗ ରେ ଯଥେଷ୍ଟ ଖାଲି ଥିବା ବେଳେ ସେ ନିଜେ ଜାଣିଶୁଣି ପଛ ରେ ଥିବା ଶୋଭାଯାତ୍ରା ବା ଆଖଡ଼ା ଦଳ କୁ ଆଗକୁ ଆସି ଦେଉ ନ ଥିଲେ |ବିଧାୟକ ତ୍ରିପାଠୀ ଙ୍କ ଏପରି ହୀନମନ୍ୟତା ଆଚରଣ ର ଜବାବ ଝାରସୁଗୁଡା ବାସୀ ଆଗାମୀ ଦିନ ରେ ନିଶ୍ଚିତ ଭାବ ରେ ଦେବେ, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି ପୂର୍ବତନ ବିଧାୟିକା ଦୀପାଳୀ ଦାସ ନିଜ ମନ୍ତବ୍ୟ ରେ ପ୍ରକାଶ କରିଛନ୍ତି |

Leave A Reply

Your email address will not be published.