(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):- ଶିଶୁ ପ୍ରତିଭା ବିକାଶ ମଞ୍ଚର ଏକ ଅନନ୍ୟ ଉଦ୍ୟମ – “ଶିଶୁ ମହୋତ୍ସବ” ନିମନ୍ତେ ଗତ ୨୫ ମାର୍ଚ୍ଚ ରୁ ୨୭ ମାର୍ଚ୍ଚ ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଶିଶୁ ପ୍ରତିଭା ବିକାଶ ମଞ୍ଚ ତରଫରୁ ଆୟୋଜିତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁ ମାନଙ୍କୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ନିମନ୍ତେ ପ୍ରେରଣ କରାଯିବ । ୨୫ ଓ ୨୬ତାରିଖ ଦିନ ସମସ୍ତ ବର୍ଗର ଶିଶୁଙ୍କୁ ନେଇ ସ୍ଥାନୀୟ ବଂଶଧାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କୁଇଜ, ଚିତ୍ରାଙ୍କନ, ପ୍ରବନ୍ଧ, ବକ୍ତୃତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ମିନି ଷ୍ଟାଡିୟମରେ ୧୦୦ମିଟର ଦୌଡ଼, ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମରେ ବ୍ୟାଟ ମିଣ୍ଟନ ପ୍ରତିଯୋଗିତା, ୨୭ ତାରିଖ ଦିନ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରତିଯୋଗିତା ଗୁଡିକରେ ନରସିଂହ ଶତପଥି, ଦିଲ୍ଲୀପ କୁମାର କର, ଅଶୋକ କୁମାର କର, ରାମଚନ୍ଦ୍ର ଗୌଡ଼, କମଳାକାନ୍ତ ଖୁଣ୍ଟିଆ, ଦେଵବ୍ରତ ପାଢ଼ୀ, ଦିଲ୍ଲୀପ କୁମାର ରାଜଗୁରୁ, ଡ଼ ରିନାରାଣୀ ସାହୁ, ନିଖିଳ ପାଢ଼ୀ, ଶୁଭଶ୍ରୀ ମଲ୍ଲିକ, ମନସ୍ୱିନୀ ବାଉରୀ, ସ୍ୱାଗତିକା ରାଜଗୁରୁ ସପନ ଦାସ, ଶଙ୍ଖର୍ଷଣ ମହାନ୍ତି, ନନ୍ଦିନୀ ପଣ୍ଡା, ଜୟକୃଷ୍ଣ ପାତ୍ର ପ୍ରମୁଖ ବିଚାରକ ଭାବେ ରହିଥିଲେ । ଶିଶୁ ପ୍ରତିଭା ବିକାଶ ମଞ୍ଚର ସଭାପତି ଜଗନ୍ନାଥ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆବାହକ ଶକ୍ତିଦାସ ଓ ଉପ ସଭାପତି ରାଜେଶ କୁମାର ପଣ୍ଡା, ସମ୍ପାଦକ ଲକ୍ଷ୍ମୀନାରାୟଣ ମହାଙ୍କୁଡ, ସହ ସମ୍ପାଦକ ଚାରୁବାଲା ଶତପଥୀ ଙ୍କ ସହ ସମସ୍ତ କାର୍ଯ୍ୟକ୍ରମକୁ ସୂର୍ଯ୍ୟପ୍ରକାଶ ପଟ୍ଟନାୟକ, କାଳି ଶଙ୍କର ରଥ, ସଂଯୁକ୍ତା ଦାସ, ମୋନାଲିସା ପାଢ଼ୀ, ଏଙ୍କେଟି କୈବର୍ତ୍ତ, ସନ୍ତୋଷ କୁମ୍ଭାର, ତପନ କୁମାର ସୁନାମୁଦି ପ୍ରମୁଖ ପରିଚାଳନା କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post
Next Post