ବେଲଗୁଣ୍ଠା, ୨୨/୦୩/୨୬-(ଶିବରାମ ଚୌଧୁରୀ )-,ବସ୍ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ବହୁ ସ୍ଥାନରେ ଦୁର୍ଘଟଣା ଘଟି ବହୁ ଲୋକ ମୃତାହତ ହେଉଥିଲେ ମଧ୍ୟ କିଛି ଗାଡ଼ି ଚାଳକ ଏହାକୁ ଅତି ଖାମଖିଆଲ ଭାବେ ନେଉଛନ୍ତି I ଡ଼୍ରାଇଭର ମାନଙ୍କ ଏଭଳି ମାନସିକତା ଯୋଗୁଁ ଆଜି ଗୋବରା ଅଂଚଳରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିବାକୁ ଯାଉଥିବା ବେଳେ ଭଗବାନଙ୍କ କୃପାରୁ ବହୁ ଲୋକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି I ସୂଚନା ପ୍ରକାରେ ଆଜି ବିଞ୍ଚଣା- ଗୋବରା ରାସ୍ତାରେ ଗୁଡ଼ିଆ ଶଙ୍ଖ ନିକଟରେ ଆଗରେ ଯାଉଥିବା ସାଇରାମ୍ ନାମକ ଏକ ଘରୋଇ ବସ୍ କୁ ଗଜରାଜ ନାମକ ଅନ୍ୟ ଏକ ଘରୋଇ ବସ୍ ଓଭର୍ ଟେକ୍ କରିବାକୁ ଚେଷ୍ଟା କରିଥିଲା I କିନ୍ତୁ ସାଇରାମ୍ ବସ୍ ଡ଼୍ରାଇଭର ଗଜରାଜ ବସ୍ କୁ ରାସ୍ତା ଦେବା ବଦଳରେ ବେପାରୁଆ ଭାବେ ଗାଡିକୁ ଡ଼ାହାଣ ପାର୍ଶ୍ବକୁ ନେଇ ଆସିଥିଲେ I ଏହା ଫଳରେ ପଛରେ ଆସୁଥିବା ଗଜରାଜ ବସ୍ ଚାଳକ ହଡବଡେଇ ଯିବା ସହିତ ନିଜ ବସକୁ ମଧ୍ୟ ଡ଼ାହାଣ ପାର୍ଶ୍ବକୁ ନେବାକୁ ବାଧ୍ୟ ହୋଇଥିଲେ I ସେହି ସମୟରେ ରାସ୍ତାର ପାର୍ଶ୍ୱରେ ଛିଡା ହୋଇଥିବା ଏବଂ ଯିବା ଆସିବା କରୁଥିବା କିଛି ଲୋକେ ଜୀବନ ବିକଳରେ ପାଖରେ ଥିବା ବିଲକୁ ଡେ଼ଇଁ ପଡ଼ିଥିବା ଦେଖିବାକୁ ମିଳିଥିଲା I କିନ୍ତୁ ବସ୍ ଦୁଇଟିର ଡ଼୍ରାଇଭର ମାନଙ୍କ ଏହିଭଳି ଖାମଖିଆଲ ମନୋଭାବ ଯୋଗୁଁ ଉଭୟ ବସ୍ ପରସ୍ପର ଧକ୍କା ହୋଇ ବହୁ ଯାତ୍ରୀ ଏବଂ ପଥଚାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ସେଠାରେ ବହୁ ସମୟ ଧରି ଉତ୍ତେଜନା ପ୍ରକାଶ ପାଇବା ସହିତ ସ୍ଥାନୀୟ ଲୋକେ ବାସ୍ ଚାଳକଙ୍କୁ ଗାଳିଗୁଲଜ ମଧ୍ୟ କରିଥିଲେ ଏବଂ ଆଗକୁ ଏହିଭଳି ହେଲେ ଥାନାରେ ଜଣାଇବେ ବୋଲି ଚେତାବନୀ ଦେଇଥିଲେ l ଏହିପରି ବେପାରୁଆ ଗାଡି ଚାଳକଙ୍କୁ ପୋଲିସ କାଯ୍ୟନୁଷ୍ଠାନ ନେବାକୁ ଗୋବରା ଅଞ୍ଚଳବାସୀ ଦାବି କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post
ଓଡ଼ିଶା ଲେଖିକା ସାହିତ୍ୟ ସଂସଦ ପକ୍ଷରୁ ଅନ୍ନପୂର୍ଣ୍ଣା ସ୍ମୃତି ସମ୍ମାନ ଓ ସୁରେଖା ସ୍ମୃତି ସମ୍ମାନ ପ୍ରଦାନ
Next Post